Odisha news

ଡ୍ରଗ୍ସ ବିକ୍ରୀକରିବା ମାମଲାରେ ରିୟା ଚକ୍ରବର୍ତ୍ତିଙ୍କ ଭାଇ ଶୋବିକ ଗିରଫ

0

ନୂଆଦିଲ୍ଲୀ : ମାଦକ ଦ୍ରବ୍ୟ ନିୟନ୍ତ୍ରଣ ବିୟୁରୋ ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ମାଦକ ପଦାର୍ଥକୁ ନେଇ ରିୟା ଚକ୍ରବର୍ତୀଙ୍କ ଭାଇ ଶୋବିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି l ଶୁକ୍ରବାର ତାଙ୍କୁ ଲଗାତାର ପଚରାଉଚରା ଚାଲିଥିବା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା l ଏହା ପୂର୍ବରୁ NCB ମୁମ୍ବାଇର ଗୋଟିଏ ଅଦାଲତରେ କହିଥିଲା କି ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ମାଦକ ଦ୍ରବ୍ୟର ସାମଞ୍ଜସ୍ୟକୁ ନେଇ ଗିରଫ ହୋଇଥିବା ଅବଦେଲ ବାଷିତ କହିଛି ଯେ ଶୋବିକ ଚକ୍ରବର୍ତ୍ତିଙ୍କ କହିବା ମୁତାବକ ମାଦକ ଦ୍ରବ୍ୟ ସେ କିଣୁଥିଲା l NCB ଏହି ତଥ୍ୟ ଅଦାଲତରେ ଦେଇଛି l

ମାମଲାର ଯାଞ୍ଚରେ ରହିଥିବା ମୁଖ୍ୟ ଆରୋପି ଶୋବିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମୀରଣ୍ଡlଙ୍କୁ NCB ଶୁକ୍ରବାର ଦିନ ମିଳିତ ଭାବରେ ପଚାରଉଚରା କରିଥିଲା l ମୁମ୍ବାଇର ଅଦାଲତ ଶୁକ୍ରବାର ଦିନ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ NCB ର ହୀରସତକୁ ପଠାଇଛି l NCB ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟଜଣେ ଅଭିଯୁକ୍ତ କୁ ମଧ୍ୟ ଗିରଫ କରାଯାଇଛି l NCB ଅଦାଲତରେ କହିଛି ଯେ “ଏହି ମାମଲାରେ ଅଭିଯୁକ୍ତ ପରିହାର ବୟାନ ଦେଇ କହିଛି ଶୋବିକ ଚକ୍ରବର୍ତ୍ତିଙ୍କ ନିର୍ଦେଶରେ ବିଲାତ୍ରା ଓ ଇବ୍ରାହୀମଙ୍କ ପାଖରୁ ମାଦକ ପଦାର୍ଥ କିଣୁଥିଲା l “NCB ପକ୍ଷରୁ ସୂଚନା ଦିଆଯାଇଛି ଯେ ଆରୋପି ମାନଙ୍କ ବୟାନରୁ ସ୍ପଷ୍ଟ ହୋଇଥହୀ ଯେ ନାମିଦାମୀ ବ୍ୟକ୍ତି ମାନେ ଏହି ମାଦକ ଦ୍ରବ୍ୟ ତସ୍କରୀରେ ଯୋଡି ହୋଇଛନ୍ତି l ଯେଉଁ ମାନଙ୍କର ନାଁ ଆଗକୁ ଶୁଣିବାକୁ ମିଳିବ l

ପରିହାର ଅନେକ ଗୁଡିଏ ବ୍ୟକ୍ତିଙ୍କର ନାଁ କହିଛି ଓ ବଡ ତସ୍କରଙ୍କୁ ଗିରଫ କରିବାକୁ ହେଲେ ପରିହାରର ହିରାସତ ନିହାତି ଆବଶ୍ୟକ l ସୁଶାନ୍ତ ସିଂହଙ୍କ ମାମଲାରେ ମାଦକ ପଦାର୍ଥର ଯାଞ୍ଚ ଜାରି ରହିଛଭହିଁ l NCB ପକ୍ଷରୁ କୁହାଯାଇଛି ଯେ ଖସକରି ବଲିଉଡରେ ମାଦକ ପଦାର୍ଥର ଯେଉଁ ସମ୍ପର୍କ ରହିଛି ତାକୁ ମୂଳରୁ ସଫାକରିବା ନିହାତି ଆବଶ୍ୟକ l

Govt
Leave A Reply