Odisha news

ରାୟଗଡା: ଲକଡାଉନ ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ହଷ୍ଟେଲ ଫେରନ୍ତା ଛାତ୍ରଛାତ୍ରୀ ହନ୍ତସନ୍ତ

0

ରାୟଗଡା,୨୫ ।୩(ସ.ବୁ୍ୟ)- ମହାମାରୀ କରୋନା ପାଇଁ ଲକଡାଉନ ଘୋଷଣା ପରେ ସମସ୍ତ ବିଦ୍ୟାଳୟ ଗୁଡ଼ିକର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଘରକୁ ବାହୁଡ଼ୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ରହି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବାଶ୍ରମ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ।

ହଜାର ହଜାର ଛାତ୍ରଛାତ୍ରୀ ଘରକୁ ଯିବା ପାଇଁ ହନ୍ତସନ୍ତ ମଧ୍ୟ ହୋଇଛନ୍ତି । ମଙ୍ଗଳ ବିଭାଗ କିନ୍ତୁ ନିଜର ଦାୟିତ୍ୱ ଭୁଲି ନିରବଦ୍ରଷ୍ଟା ସାଜିଛି । କରୋନା ପାଇଁ ଲକଡାଉନ ପରେ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଘରକୁ ଫେରୁୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ରହି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବାଶ୍ରମ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଘରକୁ ଫେରିବା ସମୟରେ ଆଜି ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ଶତାଧିକ ଛାତ୍ରଛାତ୍ରୀ ଘରକୁ ଯିବା ପାଇଁ ହନ୍ତସନ୍ତ ମଧ୍ୟ ହୋଇଛନ୍ତି । ମଙ୍ଗଳ ବିଭାଗ କିନ୍ତୁ ନିରବଦ୍ରଷ୍ଟା ସାଜିଛି । ଘଟଣାରୁ ପକ୍ରାଶ ଯେ, ରାୟଗଡ଼ା ଜିଲ୍ଲାର ୩୦୩ ଟି ହଷ୍ଟେଲରେ ୬୨ ହଜାର ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି । ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଏହି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଲକଡାଉନ ପାଇଁ ଆଜି ଘରକୁ ବାହାରିଥିଲେ ।

ମଙ୍ଗଳ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ପରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ । ଅଭିଭାବକ ପହଂଚିବା ପରେ ଛଡ଼ାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀ ଓ ଅଭିଭାବକ କିଭଳି ଘରେ ପହଂଚିବେ ଏହାର ଚିନ୍ତା କାହାର ନଥିଲା । ଯଦ୍ୱାରା ଅନେକ ଛାତ୍ରଛାତ୍ରୀ ଦୁର୍ଦ୍ଦଶା ଭୋଗିଛନ୍ତି । ସେହିଭଳି ଜଣେ ଛାତ୍ରୀ ହେଲେ ରାୟଗଡ଼ା ବ୍ଳକ ପେଂଟା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ରୀନା ମାଝି । ଆଜି ତାଙ୍କର ଷ୍ଟାଇପେଣ୍ଡ ପ୍ରଦାନ ପରେ ବାପା ପୋଇଲି ମାଝିଙ୍କ ସହ ନିଜ ଗାଁ କାଶୀପୁର ବ୍ଲକ ଶଙ୍କରଡ଼ା ପଂଚାୟତ ଅନ୍ତର୍ଗତ ଘାଟିଗୁଡ଼ାକୁ ବାହାରିଥିଲେ ।

ବାପା ପୋଇଲି ଓ ଛାତ୍ରୀ ରୀନା ବିଦ୍ୟାଳୟ ହଷ୍ଟେଲରୁ ବାହାରି ଅମଳାଭଟ୍ଟା ଛକୁ ପହଂଚିଥିଲେ । ସକାଳ ୮ ଟା ବେଳେ ଅମଳାଭଟ୍ଟା ଠାରେ ପହଂଚି ଦୀର୍ଘ ୧ ଘଂଟା ବସ ପାଇଁ ଅପେକ୍ଷା କରିଥିଲେ । ଅମଳାଭଟ୍ଟା ଠାରୁ ରାୟଗଡ଼ା ଆସି ନିଜ ଗାଁକୁ ଯିବା ନିମନ୍ତେ ସେମାନେ ଯୋଜନା କରିଥିଲେ । ହେଲେ ଲକଡାଉନ ପାଇଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ସେମାନେ ନିରୁପାୟ ହୋଇଯାଇଥିଲେ । ଫଳରେ ଦୀର୍ଘ ସମୟ ପରେ ଅମଳାଭଟ୍ଟା ଛକରୁ ଚାଲି ଚାଲି ୧୨ କିଲୋମିଟର ଅତିକ୍ରମ କରି ପହଂଚିଥିଲେ ରାୟଗଡ଼ା ସହରରେ । ରାୟଗଡ଼ା ସହରର କୋରାପୁଟ ଛକଠାରେ ଦୀର୍ଘ ୧ ଘଂଟା ଅପେକ୍ଷା କରିବା ପରେ ମଧ୍ୟ କୋ÷ଣସି ଗାଡ଼ି ତାଙ୍କୁ ମିଳିନଥିଲା । କେବଳ ରୀନା ନୁହଁନ୍ତି ରାୟଗଡ଼ା ସହର ଉପକଣ୍ଠସ୍ଥ ବାରିଝୋଲା ଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟ ସେହି ସମାନ ଅବସ୍ଥା ନଜରକୁ ଆସିଥିଲା । ଶତାଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଆଜି ସମସ୍ତଙ୍କୁ ଛାଡ଼ିଦିଆଯାଇଥିଲା ।

ହଷ୍ଟେଲରୁ ଛାଡ଼ାଯିବା ପରେ ଅଭିଭାବକଙ୍କ ସହ ବାହାରିଥିଲେ ଅନ୍ତେବାସୀ । କିନ୍ତୁ ଗାଡ଼ିର ଶବ୍ଦ ସେମାନଙ୍କ କାନକୁ ଶୁଭିନଥିଲା । ଫଳରେ ଦଳ ଦଳ ହୋଇ ଶତାଧିକ ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ବାହାରି ୪ କିଲୋମିଟର ରାସ୍ତା ଅତିକ୍ରମ କରି କୋରାପୁଟ ଛକଠାରେ ପହଂଚିଥିଲେ । କୋରାପୁଟ ଛକରେ ଅଭିଭାବକଙ୍କ ସହ ବସକୁ ଅପେକ୍ଷା କରିଥିଲେ । ଛାତ୍ରଛାତ୍ରୀମାନେ ରାୟଗଡ଼ା ବ୍ଳକର କୁସୁକୁ, ପେନିକଣା, ବୈରାଗୀହାଲୁଆ, କୋଲନରା ବ୍ଲକର ଲେଲିବାଡ଼ି, କୈଳାସପୁର, କାଶୀପୁର ବ୍ଲକର ମୁସୁରିପଦର, ସାନମାଟିକଣା, ଡଙ୍ଗାସିଲ, ଖୁରିଗାଁ, ରେଙ୍ଗା ଇଦ୍ୟାଦି ସ୍ଥାନକୁ ଯିବାପାଇଁ ଅପେକ୍ଷା କରିଥିଲେ । ସେହିଭଳି ପିତାମହଲ ସେବାଶ୍ରମ, ତାଡ଼ମା ଆଶ୍ରମ, ଜପାଖାଲ ଆଶ୍ରମ ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଏହିଭଳି ଭାବେ ଆଜି ହନ୍ତସନ୍ତ ହୋଇଛନ୍ତି । ଏଣେ କେରେଡ଼ା ଉଚ୍ଚ ବିଦ୍ୟାଳୟ, ବିଲେସୁ ଉଚ୍ଚ ବିଦ୍ୟାଳୟ, କୁମ୍ଭିକୋଟା ଉଚ୍ଚ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଚାଲି ଚାଲି ନିଜ ଘରକୁ ଅଭିଭାବକଙ୍କ ସହ ଫେରିଛନ୍ତି ।

ତେବେ କୋରାପୁଟ ଛକରେ ଅନେକ ଛାତ୍ରଛାତ୍ରୀ ଅଟକି ରହିଥିବା ସୂଚନା ମିଳିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ପହଂଚିଥିଲେ । ପିଲାଙ୍କ ଦୁର୍ଦ୍ଦଶା ଦେଖି ସାମ୍ବାଦିକମାନେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଜଣାଇଥିଲେ । ଖବର ପାଇବା ପରେ ଜିଲ୍ଲାପାଳ ଶ୍ରୀ ବେହେରା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶ ପାଇବା ପରେ ଆଇଟିଡିଏ କର୍ମଚାରୀମାନେ ପହଂଚି ଅଟୋ ରିକ୍ସା ଓ ସ୍ୱତନ୍ତ୍ର ବସ କରି ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ସହ ଘରକୁ ପଠାଇଥିଲେ ।

ହେଲେ ପିଲା ଚାଲି ଆସିବା ଘଟଣା ମୁଁ ଜାଣିନାହିଁ କହିଛନ୍ତି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବାରିକ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ମୂଳ ଦାୟିତ୍ୱ ରହିଥିବା ମଙ୍ଗଳ ବିଭାଗ କେଉଁ କାରଣରୁ ପିଲାଙ୍କ ଗମନା ଗମନ ପ୍ରତି ଆଖି ବୁଜିଦେଲା । ଯଦି ଗଣମାଧ୍ୟମ ପ୍ରତିନିଧିମାନେ ସଠିକ ସମୟରେ ପହଂଚିନଥାଆନ୍ତେ ତେବେ ଛାତ୍ରଛାତ୍ରୀମାନେ ଘରକୁ କିଭଳି ଫେରିଥାଆନ୍ତେ ।

ପିଲାଙ୍କ ସୁରକ୍ଷା ପ୍ରତି ସରକାର ସର୍ବଦା ନିଦେ୍ର୍ଦଶ ଦେବା ସତ୍ୱେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦେଖା ନମିଳିବା ଚିନ୍ତାଜନକ ଘଟଣା । ତେଣୁ ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସମେତ ବ୍ଳକରେ ଥିବା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀମାନଙ୍କ ବିରୁୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ।

Leave A Reply