କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ୨୦୨୧ ଜନଗଣନା ଏବଂ ଏନପିଆର ସଂଶୋଧନର ପ୍ରଥମ ପର୍ଯ୍ୟାୟ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଂଚିଲା
କରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ ବ୍ୟାପିବା କାରଣରୁ ୨୦୨୧ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ସଂଶୋଧନର ପ୍ରଥମ ପର୍ଯ୍ୟାୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଏପ୍ରିଲ ପହିଲା ୨୦୨୦ ଠାରୁ ବିଭିନ୍ନ ତାରିଖରେ ଜନଗଣନା ଏବଂ ଏନପିଆର ସଂଶୋଧନ ଆରମ୍ଭ ହେବାର ଥିଲା । ସୂଚନାଯୋଗ୍ୟ ଯେ ଦୁଇଟି ପର୍ଯ୍ୟାୟରେ ୨୦୨୧ ଜନଗଣନା ଲାଗି କାର୍ଯ୍ୟକ୍ରମ ଚୁଡ଼ାନ୍ତ କରାଯାଇଥିଲା । ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଘର ତାଲିକା ଏବଂ ଘର ଗଣନା ହୋଇଥାନ୍ତା । ସେହିପରି ୯ରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହୋଇଥାନ୍ତା । ସେହିପରି ଆସାମକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଜନଗଣନା ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଏନପିଆର ସଂଶୋଧନ କରାଯିବାକୁ ଚୂଡ଼ାନ୍ତ ହୋଇଥିଲା । ମାତ୍ର କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ
ପ୍ରଦେଶ ସରକାରଙ୍କ ପକ୍ଷରୁ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଦେଶରେ କୋଭିଡ-୧୯ ମହାମାରୀ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ଆବଶ୍ୟକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ୨୪ ମାର୍ଚ୍ଚ, ୨୦୨୦ରେ ସ୍ୱରାଷ୍ଟ୍ର ମବଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ମଧ୍ୟ ସମାନ ପ୍ରତିବନ୍ଧକ ଜାରି କରାଯାଇଛି ।
ସାମାଜିକ ଦୂରତା ରକ୍ଷା ସମେତ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ୨୦୨୧ ଜନଗଣନାର ପ୍ରଥମ ପର୍ଯ୍ୟାୟକୁ ଘୁଂଚାଇ ଦେବା ନିମନ୍ତେ ନିଷ୍ପତି ନିଆଯାଇଛି ।