Odisha news

ରାୟଗଡା : ଜାତୀୟ ବିପତି ସମୟରେ ଅନୁପସ୍ଥିତ ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

0

ରାୟଗଡା,୨ ।୪- କରୋନା ନିୟମକୁ ଅବମାନନା କରିବା ଅଭିଯୋଗରେ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିଲମ୍ବନ ଆଦେଶ ଜାରୀ କରିଛନ୍ତି । ସୂଚନା ମୁତାବକ କେରେଡା ସ୍ଥିତ ହାଇସ୍କୁଲର ସଂସ୍କୃତ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀଙ୍କୁ କରୋନା କ୍ୱେରେଣ୍ଟନ ଗୃହର ଦାୟୀତ୍ୱରେ ଅବହେଳା କରି ନିୟମକୁ ଅବମାନନା କରିବା ସହ ସ୍ଲୁଲରେ ଅନୁପସ୍ଥିତ ରହୁଥିବା ଯୋଗୁଁ ତାଙ୍କୁ ଜିଲ୍ଲାପାଳ ପତ୍ର ସଂଖ୍ୟା ୧୮୦/୨୦୨୦ ତା ୦୧.୦୪.୨୦୨୦ ପ୍ରକାରେ ନିଲମ୍ବିତ କରିଛନ୍ତି । ଗତକାଲି ଜିଲ୍ଲାପାଳ ଶ୍ରୀବେହେରା ସ୍ଥିତି ସମୀକ୍ଷା ନିମନ୍ତେ କେରେଡା ହାଇସ୍କୁଲ ଏବଂ ଜିମିଡିପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ କ୍ୱେରେଣ୍ଟାନରେ ରହୁଥିବା ଦାଦନ ଶ୍ରମିକ ଏବଂ ଟ୍ରକ ଡ୍ରାଇଭର ମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀ ସ୍କୁଲରେ ଅନୁପସ୍ଥିତ ଥିବା ଜଣାପଡିଛି । ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀଙ୍କୁ ନିଲମ୍ବନ ପରେ ତାଙ୍କୁ ଆଗାମୀ ଆଦେଶ ଯାଏଁ ତାଙ୍କୁ ରାୟଗଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିନା ଅନୁମତିରେ ତାଙ୍କୁ ହେଡ କ୍ୱାଟର ନ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.