Odisha news

ରାୟଗଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜି.ଗୌରୀଙ୍କ ଦେହାନ୍ତ

0

ରାୟଗଡା,୨ ।୪- ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ତେଲୁଗୁ ସାକ୍ଷୀ ଖବରକାଗଜର ଜିଲ୍ଲା ପ୍ରତିନିଧି ଜି.ଗୌରୀଙ୍କ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଛି । ଦେହାନ୍ତ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା ତାଙ୍କ ସ୍ୱାସ୍ଥବସ୍ଥା ଠିକ ନଥିବାରୁ ସେ କିଛି ଦିନ ଧରି ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ଗୌରୀଙ୍କ ଧର୍ମପତ୍ନୀ ସହ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଏବଂ ଝିଅ ଉପସ୍ଥିତ ଥିଲେ । ସ୍ୱର୍ଗତ ଗୌରୀଙ୍କ ପୁଅ ଆମେରିକା ଠାରେ କାର୍ଯ୍ୟରତ ଥିବାରେ ସେ ତାଙ୍କ ବାପାଙ୍କ ଅନ୍ତିମ ଦର୍ଶନ କରିପାରିନଥିଲେ । ସ୍ୱର୍ଗତ ଗୌରୀଙ୍କ ମର ଶରରୀକୁ ରାୟଗଡା ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଶେଷ ଦର୍ଶନ କରିବା ନିମନ୍ତେ ସହରର ବହୁ ବୁଦ୍ଧିଜୀବି ଏବଂ ସାମ୍ବାଦିକ ମାନେ ସ୍ୱର୍ଗତ ଗୌରୀଙ୍କ ବାସଭବନ ଠାରେ ଉପସ୍ଥିତ ଥିଲେ । ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନରସିଂହ ନାଥ ପାଢୀ, ଇମ୍ପା କାଗଜ କଳର ଲୋକ ସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ସମ୍ବାଦିକ ରଂଜନ ରଥ,ଗୋପ ରଂଜନ ବକ୍ସିପାତ୍ର, ସୀମାଚଂଳ ପଣ୍ଡା, ମନୋଜ ପତ୍ର, ନିରଂଜନ ପାଳ, ଯୋଗେଶ୍ୱର ଦାସ, କେ.କେ.ଜେନା, ଶିବ ସାଇ ବକ୍ସିପାତ୍ର, ବି.ଏଚ.ନାଗାରାଜୁ, ଦାମୋଦର ରାଓ, ସି.ଏଚ.ଶ୍ରୀନୁ, ସୁଶାନ୍ତ ପ୍ରଧାନ, ବିବେଶ ଶତପଥି, କୃଷ୍ଣ ଦାଶ, ଗୁରୁ ସାହୁ, ପୁତୁଲୁ ପାଢୀ, ସନ୍ତୋଷ ଦଳେଇ, ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ ।

Leave A Reply