ରାୟଗଡା,୧ ।୯(ରବୀନ୍ଦ୍ର ପାଟଖଣ୍ଡଳ ) : ରାୟଗଡା ସଦର ମହକୁମା ଠାରୁ ୧୦ କି.ମି ଦୂର ସ୍ଥିତ ଗୁମ୍ମା ଘାଟି ନିକଟରେ ଆମ୍ବୁଲାନ୍ସ ଏବଂ ମିନି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆମ୍ବୁଲାନ୍ସଟି କଳାହାଣ୍ଡି ଜିଲ୍ଲା ଅନ୍ତଗତ ଲାଂଜିଗଡ ଠାରୁ ଜଣେ ରୋଗୀଙ୍କୁ ନେଇ କୋରାପୁଟ ଶହୀଦ ଲକ୍ଷଣ ନାୟକ ହସ୍ପିଟାଲ ଅଭିମୁଖେ ବାହାରିଥିଲା ।
ତେବେ ଗୁମ୍ମା ଘାଟି ନିକଟରେ ବିପରୀତ ଦିଗରୁ ତୀବ୍ର ଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ଟ୍ରକଟ୍ ରାସ୍ତା କଡରେ ଓଲଟି ପଡିଥିଲା । ତେବେ ଦୁର୍ଘଟଣାରେ କେହି ମୃତହାତ ହୋଇନଥିବା ବେଳେ ଆମ୍ବୁଲାନ୍ସର ୪ ଜଣଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହାତ ହୋଇଛନ୍ତି ।
ଆହତ ୨ ଜଣଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଟ୍ରକ ଡ୍ରାଇଭର ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ଅଛି । ଘଟଣା ସ୍ଥଳରେ ରାୟଗଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।