Odisha news

ରାୟଗଡା : କିସମ, ସତ୍ୱ ଓ ଖଜଣା ସରଳକରଣ ନିମନ୍ତେ ଆଲୋଚନା ଚକ୍ର ଅନୁଷ୍ଠିତ

0

ରାୟଗଡା,୧ ।୯(ରବୀନ୍ଦ୍ର ପାଟଖଣ୍ଡଳ )- ରାଜସ୍ୱ ପାର୍ଷଦ ଓଡ଼ିଶାଙ୍କ ନିଦେ୍ର୍ଦଶ ମୁତାବକ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବ୍ରହ୍ମପୁର ଟି ଆପାଙ୍ଗ ଆଓଙ୍କ ଅଧ୍ୟକ୍ଷତାରେ ଆଜି ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି । ଏହି ଆଲୋଚନା ଚକ୍ରରେ ମୂଖ୍ୟତଃ ରାଜ୍ୟରେ ଥିବା ୭୭୭୯ କିସମ ଓ ୭୫୦ ସତ୍ୱକୁ କମାଇ ୧୨ ଗୋଟି କିସମ ଓ ୫ଗୋଟି କିସମର କରିବା ହେଉଛି ମୁଖ୍ୟ ଉଦେ୍ଦଶ୍ୟ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁରୋଧ କ୍ରମେ ମାନ୍ୟବର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ମାନ୍ୟବର ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇଥିଲେ ।

ଏଥି ସହିତ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରାୟଗଡା ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଆଲୋଚନା ଚକ୍ରରେ ରାୟଗଡା ଜିଲ୍ଲାର ମଧ୍ୟ ୧୭୩ କିସମ ଓ ୫୬ ଗୋଟି ସତ୍ୱକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ୧୨ ଗୋଟି କିସମ ଓ ୫ଗୋଟି ସତ୍ୱରେ ରଖାଯିବା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଆଦେଶ ମୁତାବକ ସମିକରଣ ପ୍ରସ୍ତୁତ କରାଯାଇଥିଲା ଓ ବୈଠକରେ ପ୍ରସ୍ତାବ ରଖାଯାଇଥିଲା ।ଉକ୍ତ ବୈଠକରେ ରାଜସ୍ୱ କମିଶନରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ଓ ଗ୍ରହଣ କରାଯାଇଥିଲା । ଗୁଣୁପୁର ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ, ବିଷମ କଟକ ଓ କଲ୍ୟାଣସିଂପୁର ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ ପର୍ଯ୍ୟବେକ୍ଷକ ମାନେ ଯୋଗଦେଇ ଥିଲେ ।

Leave A Reply