Odisha news

ଜିଏସଟି ଆଇନ ବିରୋଧରେ ରାୟଗଡା ଜିଲ୍ଲା ବନ୍ଦ

0

ରାୟଗଡା,୨୬ ।୨(ରବୀନ୍ଦ୍ର ପାଟଖଣ୍ଡଳ )- ନୂତନ ଜିଏସଟି ଆଇନକୁ ସର୍ବଭାରତୀୟ ସ୍ତରରେ ବିରୋଧ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ରାୟଗଡା ବଣିକ ସଂଘ ତରଫରୁ ନୂତନ ଜିଏସଟି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଂଟିଆ ବନ୍ଦର ଡାକାରା ଦେଇଥିଲେ । ଡାକରାକୁ ସମର୍ଥନ ଜଣାଇ ରାୟଗଡା ସହରର ସମସ୍ତ ଦୋକାନ, ବଜାର, ଯାତ୍ରୀବାହୀ ବସ, ବ୍ୟାଙ୍କ ବନ୍ଦ ରହିଥିଲେ । ବନ୍ଦର ପ୍ରଭାବ ଆଜି ରାୟଗଡା ସହରରେ ଦେଖିବାକୁ ମିଳିଥିଲା । ବନ୍ଦର ପ୍ରଭାବରେ ରାସ୍ତାଘାଟ ଓ ବଜାର ଶୂନଶାନ ଥିଲା ।

ବ୍ୟବସାୟ ସଂଘ ତରଫରୁ ଭାରପ୍ରାପ୍ତ ସଭାପତି ସୁରେନ୍ଦ୍ର ସାହୁ ଓ ସଂପାଦକ ସଂପାଦକ ସିଲା ଜଗନ୍ନାଥ ରାଓଙ୍କ ସହ କର୍ମକର୍ତା ମାନେ ସହର ପରିକ୍ରମା କରିଥିଲେ । ସଂଘ ତରଫରୁ କୁହାଯାଇଛି ଯେ ଜିଏସଟି ଆଇନରେ ଏକ ବିରାଟ ଧରଣର ପରିବର୍ତନ କରାଯାଇଛି ଯାହା ଫଳରେ କେବଳ ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀ ମାନେ ପ୍ରଭାବିତ ହେବେ । ତେଣୁ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ମାନେ ନୂତନ ଆଇନକୁ ବିରୋଧ କରିବା ପାଇଁ ସଂଘ ତରଫରୁ ଆହ୍ୱାନ ଦିଆଯାଇଥିଲା । ସଂଘ ତରଫରୁ ଏକ ଦାବୀପତ୍ର ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟେଶରେ ଏକ ଦାବୀପତ୍ର ଜିଲ୍ଲାପାଳ ରାୟଗଡା ଜରିଆରେ ପ୍ରଦାନ କରାଯାଇଛି ।

Nalco
Leave A Reply