Odisha news

ପତଞ୍ଜଳି ଯୋଗ ସମିତି ,ରାୟଗଡା ପକ୍ଷରୁ  ନିଶୁଳ୍କ ଯୋଗ ଶିବିର ଅନୁଷ୍ଠିତ

0
ରାୟଗଡା-ପତଞ୍ଜଳି ଯୋଗ ସମିତି ରାୟଗଡା ଜିଲ୍ଲା ପକ୍ଷରୁ ଗତ ଫେବୃଆରୀ ମାସ ଠାରୁ ନିୟମିତ ଭାବରେ  ରାୟଗଡା ସହରର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ,ସ୍ପରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଗାୟତ୍ରୀ ନଗର , ସି ଆର ପି ଏଫ୍ କ୍ୟାମ୍ପ ,ଗାୟତ୍ରୀ ସ୍ମାର୍ଟ୍ ସ୍କୁଲ୍,ଆଦର୍ଶ ବିଦ୍ୟାଳୟ, ଡି ଏଫ୍ କଲୋନୀ ,ଅଶୋକ ନଗର,ରାଣୀଗୁଡ଼ା ,ଲକ୍ଷ୍ମୀ ପୂଜା କଲୋନୀ ସମେତ ବିଭିନ୍ନ  ସାମାଜିକ ଓ ଆଧ୍ୟାତ୍ମିକ ସଙ୍ଗଠନ  ଓ ଶିକ୍ଷାନୁଷ୍ଠାନ,ମନ୍ଦିର,କ୍ଳବ୍ ଇତ୍ୟାଦି ମାନଙ୍କରେ  ପଞ୍ଚ ଦିବସୀୟ ଓ ଏକ ଦିବସୀୟ  ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ଦୈନିକ ହବନ ଯଜ୍ଞ ,ସ୍ୱଦେଶୀ ଆନ୍ଦୋଳନ,ନିଶା ମୁକ୍ତି  ଆନ୍ଦୋଳନ,ବୃକ୍ଷ ରୋପଣ ,ବାଲ୍ ସଂସ୍କାର ଶିବିର ,ଆରୋଗ୍ୟ ସଭା ,ଆସନ ପ୍ରାଣାୟମ ଓ ଯୋଗ ,ମର୍ମ ଚିକିତ୍ସା ଆଦି କାର୍ଯ୍ୟକ୍ରମ ପତଞ୍ଜଳି ଜିଲ୍ଲା ଯୋଗ ପ୍ରଚାରକ ଶ୍ରୀମାନ ରାଜେଶ ଦଳେଇଙ୍କ ପ୍ରତ୍ୟକ୍ଷ  ତତ୍ତ୍ଵାବଧାନରେ ଯୋଗ ଶିକ୍ଷକ କିଶୋର କୁମାର ଦୋରା ,ରଶ୍ମିତା ପଣ୍ଡା,ସସ୍ମିତା ରଥ, ଟୁନି ପୁହାଙ୍କୁଡ଼
ଅରୁନ୍ଧତୀ ପଣ୍ଡା,ଅଞ୍ଜନା ଭଉଣୀ ,ଚୌଧୁରୀ ଭାଇଙ୍କ ସମେତ ସମସ୍ତ ଯୋଗ ଶିକ୍ଷକ  ଓ  ରାୟଗଡା ପତଞ୍ଜଳି ଯୋଗ ସମିତିର ସମସ୍ତ  କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବା ସହ ସୁସ୍ଥ ସମାଜ ଗଠନ କରିବା ସହଯୋଗ କରିବା ବୋଲି ଜିଲ୍ଲା ଯୋଗ ପ୍ରଚାରକ ରାଜେଶ ଦଳେଇ ସୂଚନା ଦେଇଛନ୍ତି ।
Leave A Reply