ରାୟଗଡା-ଥମୁନାହିଁ ଜନନୀ ଯନ୍ତ୍ରଣା ରାୟଗଡ଼ା ଜିଲ୍ଲାରେ ନଜରକୁ ଆସିଛି । ୩କିଲୋମିଟର ଭାରରେ ବୁହାହୋଇ ମେଡିକାଲ ଯିବା ବାଟରେ ଅଧା ରାସ୍ତାରେ ଜନ୍ମଦେଲେ ୨ ଟି ସନ୍ତାନ। ଆଉ ଏହାର କିଛି ସମୟ ପରେ ଆଖି ବୁଜିଲା ନବଜାତ ଶିଶୁ କନ୍ୟା। ଏପରିକି ଦୁର୍ଗମରେ ଗର୍ଭବତୀଙ୍କ ଦୁର୍ଦ୍ଦଶା କହିଲେ ଅତ୍ୟୁକ୍ତି ହେବନାହିଁ।
ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡାଝୋଲ ଗ୍ରାମରେ। ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଚାଲିଥିବା ବେଳେ ଏଠାରେ ବିକାଶ ଅପହଞ୍ଚ ହୋଇ ରହିଯାଇଛି। ଗ୍ରାମକୁ ରାସ୍ତା ନଥିବା ବେଳେ ଜନନୀ ଯନ୍ତ୍ରଣା ଛଟପଟ ହେଉଥିବା ଫଗୁଣ ଦେଇ ମାଝୀଙ୍କୁ ଆଶାକର୍ମୀ ଓ ୧୦୨ ଡ୍ରାଇଭର କାନ୍ଧରେ ପ୍ରାୟ ୩ କିଲୋମିଟର ବୋହି ନଦୀ ପାର କରିବାପରେ ଗର୍ଭବତୀ ଫଗୁଣଦେଇ ବାଟରେ ହିଁ ୨ ଟି ସନ୍ତାନ ଜନ୍ମ ଦେଇଥିଲେ । ତେବେ କିଛି ସମୟପରେ ଆଖି ବୁଜିଥିଲା ନବଜାତ ଶିଶୁ କନ୍ୟା । ତେବେ ଗୁରୁତର ଅବସ୍ଥାରେ ମା ଓ ଶିଶୁ ପୁତ୍ରଟିକୁ ଟିକିରି ମେଡିକାଲ ରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ଏହି ବିଷୟରେ ଦାୟିତ୍ୱରେ ଥିବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଶକ୍ତି ବ୍ରତ ମହାନ୍ତି କହିଛନ୍ତି ଏତେ ଖବର କେଉଁଠି ରଖିହେବ ଆମ ପାଖରେ ସେମିତି କିଛି ଖବର ନାହିଁ ବୋଲି କହିଛନ୍ତି।