Odisha news

ରାଜସୁନାଖଳା ରାଜ୍ୟ ସ୍ତରୀୟ ଫୁଟ୍ବଲ୍ କପ୍ ଟୁର୍ଣ୍ଣାମେଣ୍ଟ ନୟାଗଡକୁ ହରାଇ ପାରାଦ୍ୱୀପ ସେମିରେ

0

ରଣପୁର-ରାଜସୁନାଖଳାଠାରେ ଫ୍ରେଣ୍ଡ୍ସ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ୧୯ତମ କପ୍ ଫୁଟ୍ବଲ୍ ମ୍ୟାଚ୍ ର ଚତୁର୍ଥ ଦିବସରେ କୁଜଙ୍ଗ ଆଥଲେଟିକ୍ ପାରାଦ୍ୱୀପ ୨-୧ ଗୋଲ୍ ରେ ବିଜୟଲାଭ କରି ସେମିଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି । ଏହି ଚତୁର୍ଥ ଦିନର ମ୍ୟାଚ୍ଟି କୁଜଙ୍ଗ ଆଥଲେଟିକ୍ ପାରାଦ୍ୱପ ଓ ସ୍ପୋର୍ଟସ୍ ହଷ୍ଟେଲ ନୟାଗଡ ମଧ୍ୟରେ ଅନୁଷ୍ଠିତ ହେଉଥିଲା ।

ଉଭୟ ଦଳର ଖେଳ ବଡ ଚିତାକର୍ଷକ ଓ ସଙ୍ଘର୍ଷପୁର୍ଣ୍ଣ ଥିଲା । ନୟାଗଡ ଦଳର ପ୍ରେମ୍ ସାଗର ଓରାମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇ ଟ୍ରଫି ଗ୍ରହଣ କରିଥିଲେ । ଆଜିର ମ୍ୟାଚ୍ ର ମୁଖ୍ୟ ଅତିଥି ଭାବେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନିଷ୍ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଙ୍ଘର ରାଜ୍ୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଓ ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନ ଓ ବରିଷ୍ଠ ଫୁଟ୍ବଲ୍ ଖେଳାଳୀ ପ୍ରଫୁଲ୍ଲ ମହାପାତ୍ର ଯୋଗ ଦେଇଥିଲେ ।

ଖେଳ ପରିଚାଳନା କରୁଥିଲେ ରବିନାରାୟଣ ରଣା, ଲାଇନ୍ ରେ ସହଯୋଗ କରିଥିଲେ ଲକ୍ଷ୍ମୀଧର ଚୌଧୁରୀ ଓ ବିଷ୍ଣୁ ପ୍ରସାଦ ମିଶ୍ର । ଏହି ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ସଁଖ୍ୟାରେ ଦର୍ଶକ ସମବେତ ହୋଇଥିଲେ । ଫ୍ରେଣ୍ଡ୍ସ୍ କ୍ଲବ୍ ର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ନାୟକ, ଆଶୁତୋଷ ସାମନ୍ତରାୟ ଓ ସଚ୍ଚିକାନ୍ତ ଷଡଙ୍ଗୀ ଶାନ୍ତିପୁର୍ଣ୍ଣ ଭାବେ ସମସ୍ତ ଖେଳକୁ ତଦାରଖ କରିଥିଲେ ।

Leave A Reply