Odisha news

ସ୍ତ୍ରୀର ପରକୀୟା ପ୍ରୀତିକୁ ସ୍ୱାମୀ ବିରୋଧ କରିବାରୁ ମାରଣାନ୍ତକ ଆକ୍ରମଣ : ଥାନାରେ ମାମଲା

0

ନୀଳଗିର-ସ୍ତ୍ରୀର ପରକୀୟା ପ୍ରୀତିକୁ ସ୍ୱାମୀ ବିରୋଧ କରିବାରୁ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ନିନ୍ଦା କରୁଥିବାର ଜଣାପଡିଛି । ସୂଚନା ଅନୁସାରେ ନୀଳଗିରି ଥାନା ଅଧିନସ୍ଥ ଇଶ୍ୱରପୁର ଭୀମେଇ ଗ୍ରାମର ମୁକୁନ୍ଦ ଦାସର ପୁଅ ନିରଞ୍ଜନ ଆଜକୁ ୧୫ ବର୍ଷ ପୂର୍ବେ ବାହାନଗା ଅସମିଳା ଗ୍ରାମର ସଞ୍ଜୁଲତାକୁ ବୈଦିକ ରୀତିରେ ବିବାହ କରିଥିଲେ ।

ଏବେ ୧୩ ବର୍ଷର ଝିଅ ଓ ୮ ବର୍ଷରୁ ପୁଅଟିଏ ଥିବାବେଳେ ଏବେ ସ୍ତ୍ରୀ ସଞ୍ଜୁଲତା ପରକୀୟା ପ୍ରୀତିରେ ପଡିଯାଇଥିବାବେଳେ ଉକ୍ତ ଘଟଣାକୁ ଗତ ୨୩-୦୨-୨୦୨୦ ରିଖରେ ସ୍ୱାମୀ ନିରଞ୍ଜନ ଦେଖିବା ପରେ ଗ୍ରମାବାସୀଙ୍କୁ ଡକାଇ ଅବଗତ କରାଇଥିଲା । ଏଭଳି କାର୍ଯ୍ୟ ଆଉ କୌଣସି ଦିନ କରିବି ନାହିଁ ବୋଲି ସ୍ତ୍ରୀ ସ୍ୱୀକାର କରିବାପରେ ସ୍ତ୍ରୀ ରାଗରେ ପ୍ରେମିକ ରାକେଶ ମଲ୍ଲିକ , ସଞ୍ଜୁଲତାର ଭାଇ କଟି ମଲ୍ଲିକ, ଶଳାଭାଉଜ ରୀତାରାଣୀ ମଲ୍ଲିକ ମିଳିତ ଭାବେ ନିରଞ୍ଜନକୁ ଲୁହାରଡ଼ର ବାଡ଼େଇବାରୁ ନିରଞ୍ଜନ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ପରେ ସ୍ଥାନୀୟ ଲୋକ ନିରଞ୍ଜନକୁ ମେଡ଼ିକାଲ ଅଣାଇଥିଲେ ।

ଗତ ୨୪-୦୨-୨୦୨୦ ରିଖରେ ନିରଞ୍ଜନ ନୀଳଗିରି ଥାନାରେ ଅଭିଯୋଗ କଲାପରେ ତଦନ୍ତକାରୀ ଅଧିକାରୀ ତଥା ଇଶ୍ୱରପୁର ଫାଣ୍ଡି ଅଧିକାରୀ ଅଗୁରୁ ଦାଶ ଏନେଇ ମାମଲା ରୁଜୁ କରିଥିବା ବେଳେ କେଶ ନଂ ୬୦/୨୦ , ଦଫା ୩୪୧,୩୨୩, ୩୨୪, ୫୦୬/୭୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply