Odisha news

ଅଲୀଙ୍କୁ ନତାଶାଙ୍କ ଜନ୍ମଦିନ ଶୁଭେଚ୍ଛା

0

କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡିୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ୍‌ ଚଳିତ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ । ଉଭୟ ଅନେକ ଦିନ ହେବ ପରସ୍ପରକୁ ଡେଟ୍‌ କରୁଥିଲେ । ନତାଶା ପୂର୍ବରୁ ଅଭିନେତା ଅଲୀ ଗୋନିଙ୍କ ସହ ରିଲେସନଶିପ୍‌ରେ ଥିଲେ । ଉଭୟଙ୍କର ଏବେ ବି ବନ୍ଧୁତା ରହିଛି । ଅଲୀଙ୍କ ଜନ୍ମଦିନରେ ନତାଶା ନିଜ ଇନ୍‌ଷ୍ଟା ଷ୍ଟୋରିରେ ଅଲୀଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଏହା ଡାନ୍ସ ପ୍ରାକଫିସ୍‌ ସମୟର ଭିଡିଓ ଭଳି ଲାଗୁଛି । ନତାଶା ଭିଡିଓ ସହିତ ଲେଖିଛନ୍ତି, ଜନ୍ମଦିନର ଶୁଭକାମନା ଆମ ବେଷ୍ଟ୍‌ ଡାନ୍ସର୍‌ । ଅଲୀ ଗୋନି ଅଭିନେତା ଓ ଭଲ ଡାନ୍ସର୍‌ । ଉଭୟ ରିୟାଲିଟି ଶୋ’ ନଚ୍‌ ବଲିୟେରେ ଏକାଠି ନଜର ଆସିଥିଲେ । ନତାଶା ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିବା ସହିତ ରିୟାଲିଟି ଶୋ’ରେ ନଜର ଆସିଛନ୍ତି । ନତାଶାଙ୍କୁ ଶେଷ ଥର ‘ଦ ବଡି’ର ଏକ ଗୀତରେ ଇମ୍ରାନ୍‌ ହାସ୍‌ମି ଓ ଋଷି କପୁରଙ୍କ ସହ ଦେଖିବାକୁ ମିଳିଥିଲା ।

Leave A Reply