Odisha news

ଖଲ୍ଲିକୋଟ ଅଞ୍ଚଳ ଶ୍ରୀ ଶ୍ରୀ ଶ୍ରୀ ମା କନ୍ୟାକା ପରମେଶ୍ୱରୀ ରମ୍ଭା ସ୍ଥିତ ଅସ୍ଥାୟୀ ଗୃହକୁ ବିଗ୍ରହ ସ୍ଥାନାନ୍ତରିତ ଓ ମନ୍ଦିର ନବୀକରଣ ପ୍ରସ୍ତୁତି

0

ରମ୍ଭା  : କଳିଙ୍ଗ ବୈଶ୍ୟ ସଂଘ ଖଲ୍ଲିକୋଟ ଅଞ୍ଚଳର ରମ୍ଭା ସ୍ଥିତ ସ୍ଥାପିତ ବହୁ ପୁରାତନ ମନ୍ଦିର ଶ୍ରୀ ଶ୍ରୀ ଶ୍ରୀ ମା କନ୍ୟାକା ପରମେଶ୍ୱରୀଙ୍କ ବିଗ୍ରହକୁ ହିନ୍ଦୁ ନୀତିକାନ୍ତି ପ୍ରକାରେ ସ୍ଥାନାନ୍ତରିତ କରଣ ଓ ମନ୍ଦିର ନବୀକରଣ ପ୍ରସ୍ତୁତି ଉତ୍ସlହ ଉଦ୍ଧିପନା ସହ ଅନୁଷ୍ଠିତ ହୋଇଯାଇଛି l ସାପତି ଶ୍ରୀ ଅlରନ୍ଦୀ ଶ୍ରୀ ଦେବଭୁଗୁ ରାମ ପ୍ରସାଦ ଶର୍ମା ଗରୀଙ୍କ ସହ ଜାଦେଶ୍ୱର ଗରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ପୂଜାବିଦ୍ଧି , ହୋମ, ଭୋଗରାଗ ନୀତିକାନ୍ତି ପ୍ରକାରେ ହୋଇଥିଲା l କାର୍ଯ୍ୟକ୍ରମରେ ସ୍ୱସଙ୍ଘର ୬ ଜଣ କର୍ମକର୍ତ୍ତାଙ୍କୁ ନେଇ କଙ୍କଣ ପରିଧାନ ସହ କର୍ତ୍ତାରୂପେ ପୂଜାରେ ଟି. କେଦାର ନାଥ ସୁବୁଦ୍ଧି(ସଭାପତି ), ଟି. ନଗେନ କୁମାର ସେନାପତି (ସମ୍ପାଦକ ), ପି. ରାଜେନ୍ଦ୍ର ପୃଷ୍ଟି, ଟି. ଗୋପାଳ କୃଷ୍ଣ ସେନାପତି, କେ. ମହିନ୍ଦ୍ର ସେନାପତି ଓ କେ ରାମୁ ରାଓ ସହ ୬ ଜଣ ଦମ୍ପତି କ୍ରମlନ୍ୱୟରେ ଚାରି ଜଣ ମନ୍ଦିର କମିଟି ସଭ୍ୟ ରହିଛନ୍ତି l ଏତଦ ବ୍ୟତୀତ ଖଲ୍ଲିକୋଟ ଅଞ୍ଚଳ ବାର ଗୋଟି ସଙ୍ଘର କର୍ମକର୍ତ୍ତା , ଅଞ୍ଚଳ ଯୁବକ ସେବା ସଙ୍ଘ, ଅଞ୍ଚଳ ମହିଳା ସଙ୍ଘ ଓ ରମ୍ଭା ସlବୁଳିଆ ମହିଳା/ଯୁବକ ସଙ୍ଘ ତଥା ରମ୍ଭା ପେଣ୍ଠର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ଉପସ୍ଥିତରେ ହୋମ, ଯlଗ, ପୂଜାଆରାଧନା, ମହୁରୀ, ଯୋଡିଶଙ୍ଖ ଓ ବାଦ୍ୟ ଢୋଲ ହୁଳହୁଳିରେ ମହିଳାମାନେ ପାରମ୍ପରିକ ବସ୍ତ୍ରପିନ୍ଧି ମା ଙ୍କ ବିଗ୍ରହକୁ ନଗର ପରିକ୍ରମା କରାଯାଇଥିଲା l ତତ ସହିତ ପରିକ୍ରମା ପୂର୍ବରୁ ବିଦ୍ଧି ବିଧାନ ପ୍ରକାରେ ବିଗ୍ରହକୁ ଗାଈ ବାଛୁରୀଙ୍କ ଦ୍ୱାରା ଦଉଡି ଲଗାଇ ଟାଣିବା ଓ କାନ୍ଧରେ ବିଗ୍ରହ ବିରାଜମାନ ହୋଇ ଘଣ୍ଟ ମୃଦଙ୍ଗର ତାଳେ ତାଳେ ପୂର୍ବ ପ୍ରସ୍ତୁତି ସୁସଜ୍ଜିତ ରଥକୁ ମନ୍ଦିର ଠାରୁ ମୁଖ୍ୟ ରାସ୍ତା ଦେଇ ଅସ୍ଥାୟୀ ଗୃଜରେ ମାଙ୍କୁ ଅଧିଷ୍ଠିତ କରାଯାଇଥିଲା l ନୂତନ ମନ୍ଦିର ତୟାର ହୋଇ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଅସ୍ଥାୟୀ ମଣ୍ଡପରେ ମା ସମସ୍ତଙ୍କୁ ଦର୍ଶନ ଦେଇ ଯଥା ବିଦ୍ଧି ପୂଜା ଆରାଧନା ପାଇବେ l ମନ୍ଦିର ଟ୍ରଷ୍ଟର ସଭାପତି ଟି ରାଜେନ୍ଦ୍ର ସେନାପତି, ଟି ଦିଲ୍ଲୀପ କୁମାର ସେନାପତି, ଏମ ସତ୍ୟ ନାରାୟଣ ପାତ୍ର, ପି. ରାମଚନ୍ଦ୍ର ପୃଷ୍ଟି ଓ ଏମ ଗଣେଶ ସୁବୁଦ୍ଧିଙ୍କସମ୍ପୂର୍ଣ ସହଯୋଗ ମୁଖ୍ୟଂlଶରେ ରହି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଅନ୍ୟାନ କର୍ମକର୍ତ୍ତା ସଭ୍ୟବୃନ୍ଦ ସହଯୋଗ କରିଥିଲେ l ଶେଷରେ ପ୍ରସାଦ ସେବନ କରାଯାଇଥିଲା l

Leave A Reply

Your email address will not be published.