Odisha news

ଟିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଜୟ ମା’ ଦୁର୍ଗା ଚାମ୍ପିଅନ

0

ଜମନକିରା, ୧୫/୫: ଜମନକିରା ବ୍ଲକ ଟିକିବା ଖେଳ ପଡ଼ିଆରେ ଗତ ୧୦ ତାରିଖରୁ ଟିକିବା ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଖେଳ ପ୍ରତିଯୋଗିତା ଗତକାଲି ୧୫ ତାରିଖ ଦିନ ଉଦଯାପିତ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମମତା ଭେଙ୍ଗ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ସ୍ନିଗ୍ଧା ପଟେଲ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ। ଜୟ ମା ଦୁର୍ଗା ଏବଂ ପିଆର୍ ଇଲେଭେନ ମଧ୍ୟରେ ଫାଇନାଲ ଖେଳ ଆରମ୍ଭ ହୋଇ ୧୦ ଓଭର ଧରି ମ୍ୟାଚ ଚାଲିଥିଲା। ଏହି ମ୍ୟାଚରେ ଜୟ ମା’ ଦୁର୍ଗା ୪ ଉଇକେଟ ହରାଇ ୧୦୭ ରନ କରିଥିବା ବେଳେ ପିଆର ଇଲେଭେନ ୩ ଉଇକେଟ ହରାଇ ୯୪ ରନ୍ କରିପରାସ୍ତ ହୋଇଥିଲା।

ଜୟ ମା’ ଦୁର୍ଗା ବିଜୟୀ ମୁକୁଟ ହାସଲ କରିଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ମମତା ଭେଙ୍ଗ୍ରା, ସମିତି ସଭ୍ୟା ସ୍ନିଗ୍ଧା ପଟେଲ, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଗିରିଧର ପଟେଲ, ସୁଦର୍ଶନ ଖୁଣ୍ଟିଆ ଯୋଗଦେଇ ଖେଳାଳି ଓ ଆୟୋଜକ ମାନଙ୍କୁ ଉତ୍ସlହିତ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଫାଇନାଲରେ ମେନ ଅଫ୍ ଦି ମ୍ୟାଚ ଅଜୟ ହୋଇଥିବା ବେଳେ, ମେନ୍ ଅଫ୍ ଦ ସିରିଜ ବାବଲୁ ଙ୍କୁ ଘୋଷଣା କରାଯାଇଥିଲା। ଏହା ସହ ସମସ୍ତ ଟିମଙ୍କୁ ଉତ୍ସାହିତ କରାଯାଇଥିଲା। ଅମ୍ପିଆର ଭାବେ ଗୌତମ ଏବଂ ନରେନ୍ଦ୍ର ଖେଳ ପରିଚାଳନା କରିଥିବା ବେଳେ ଟିକିବା ଗ୍ରାମବାସୀ ତଥା ଟିକିବା ଯୁବକ ସଂଘ ର ସମସ୍ତ କାର୍ଯ୍ୟ କର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.