ଜମନକିରା,୧୫/୫: ଜମନକିରା ଥାନା ଚିନିମହୁଲ ପେଟ୍ରୋଲ ଟାଙ୍କି ନିକଟ ରାଜରାସ୍ତା ୫୩ ରେ ଆଜି ରାତ୍ର ୧୦ ଟା ସମୟ ପାଖାପାଖି ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ତପନ ପଟେଲ (୨୭) ନାମକ ଯୁବକ ମୃତ୍ୟୁ ଘଟିଛି। ତେବେ ଟ୍ରକ ଟି ଯୁବକ କୁ ମାଡି ଦେଇ ଚାଲି ଯାଇଥିବା ଜଣା ଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରୁଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି।
