Odisha news

ରାମାୟଣର ରୋଚକ କଥା : ରାବଣ ଶ୍ରୀରାମଙ୍କୁ ଦେଇଥିଲା ବିଜୟୀ ହେବାର ଆଶୀର୍ବାଦ

0

କଣ ଆପଣ ଜାଣିଛନ୍ତି ରାବଣ କାହିଁକି ଦେଇଥିଲା ଶ୍ରୀରାମ ଙ୍କୁ ବିଜୟୀ ହେବାର ଆଶୀର୍ବାଦ ? ରାମାୟଣ କଥା ଅନୁସାରେ ଭଗବାନ ଶ୍ରୀରାମ ରାବଣ କୁ ବଧ କରି ମା ସୀତା ଙ୍କୁ ଉଦ୍ଧାର କରିଥିଲେ l କିନ୍ତୁ ମାନ୍ୟତା ରହିଛି ଯେ ପ୍ରଭୁ ଶ୍ରୀରାମ ଙ୍କୁ ବିଜୟୀ ହେବାର ଆଶୀର୍ବାଦ ପ୍ରଭୁ ଶ୍ରୀରାମ ଦେଇଥିଲେ l ଧାର୍ମିକ ମାନ୍ୟତା ଅନୁସାରେ ରାବଣ ମହାଜ୍ଞାନୀ ଓ ମହା ପଣ୍ଡିତ ଥିଲା l କିନ୍ତୁ ରାବଣ କୁ ତାର ଜ୍ଞାନ ଓ ବିଦ୍ୟାର ଅହଂକାର ହୋଇ ଯାଇଥିଲା l ଏହି ଅହଂକାର ଦ୍ୱାରା ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇ ଯାଇଥିଲା l ଏବଂ ପାପ ପରେ ପାପ କରି ଚାଲିଥିଲା l

ପ୍ରଭୁ ରାମଚନ୍ଦ୍ର ରାବଣ ସହିତ ଯୁଧ କରିବା ପୂର୍ବରୁ ରାମେଶ୍ୱର ଠାରେ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଶିବ ଲିଙ୍ଗ ସ୍ଥାପନା କରିଥିଲେ l ଏବଂ ଏହାକୁ ପ୍ରତିଷ୍ଠା କରିବା ପାଇଁ କୌଣସି ମହାପଣ୍ଡିତ କୁ ଖୋଜି ଥିଲେ , ଏହି ସମୟରେ ରାବଣ ଗୋଟିଏ ମହାପଣ୍ଡିତ ବୋଲି କହିଥିଲେ l ଏହାପରେ ଭଗବାନ ରାମ ରାବଣ କୁ ଶିବ ଲିଙ୍ଗ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ କରିଥିଲେ l ଏବଂ ରାବଣ ମହାଦେବ ଙ୍କ ର ଗୋଟିଏ ବଡ଼ ଭକ୍ତ ଥିବା କାରଣରୁ ରାଜୀ ହୋଇ ଆସିଥିଲା l ପୂଜା ସମାପ୍ତି ପରେ ରାବଣ ନିକଟରୁ ପ୍ରଭୁ ଶ୍ରୀରାମ ଆଶୀର୍ବାଦ ମାଗିଥିଲେ l ଏବଂ ପଣ୍ଡିତ ହୋଇଥିବା କାରଣରୁ ରାବଣ ମଧ୍ୟ ବିଜୟୀ ଭବ ର ଆଶୀର୍ବାଦ ଦେଇଥିଲା l

Leave A Reply