ସନାତନ ଧର୍ମରେ ପାନପତ୍ର ର ବିଶେଷ ମହତ୍ୱ ରହିଛି l ବିଶେଷ ଭାବେ ପୂଜାପାଠ ରେ ପାନପତ୍ର ର ବିଶେଷ ଆବଶ୍ୟକତା ହୋଇଥାଏ l ଯାହା ଦ୍ୱାରା ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ l ମାନ୍ୟତା ରହିଛି ଯେ ପାନପତ୍ର ରେ ଦେବାଦେବୀ ଙ୍କ ବାସ ହୋଇଥାଏ l ତେଣୁ ପାନପତ୍ର ଖୁବ ପବିତ୍ର ଅଟେ l
* ପାନପତ୍ର ଶୀତଳତା ଓ ସମୃଦ୍ଧି ର ପ୍ରତୀକ : କୁହାଯାଇ ଥାଏ ଯେ ପାନପତ୍ର ଈଶ୍ୱର ଙ୍କ ନିକଟ ରେ ଅର୍ପଣ କରିବା ଦ୍ୱାରା ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ l ପାନପତ୍ର ଓ କର୍ପୁର ରେ ଈଶ୍ୱରଙ୍କ ପାଇଁ ବ୍ୟବହାର ହୋଇଥାଏ l
* ମାନ୍ୟତା ଅନୁସାରେ ଗୁରୁବାର ଦିନ ମାଲକ୍ଷ୍ମୀ ଙ୍କୁ ପାନପତ୍ର ଅର୍ପଣ କରିବା ଶୁଭ ହୋଇଥାଏ ଓ ଏହିଦିନ ପାନପତ୍ର ଉପରେ କର୍ପୁର ରଖି ଆଳତି କରିବା ଦ୍ୱାରା ଏପରି କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l
* ଜ୍ୟୋତିଷ ଓ ବିଜ୍ଞାନ ମତରେ ଘରେ ପାନପତ୍ର ରେ କର୍ପୁର ଜଳାଇବା ଦ୍ୱାରା ଶୁଭ ହୋଇଥାଏ l ଜଳୁଥିବା କର୍ପୁର ର ସୁଗନ୍ଧ ଦ୍ୱାରା ଘରର ବାତାବରଣ ଖୁବ ଶୁଦ୍ଧ ହୋଇଥାଏ l ଏହାଛଡା ଘରର ବାତାବରଣ ଖୁବ ସୁଧ ହୋଇଥାଏ ଓ ବ୍ୟାକଟେରିଆ ନଷ୍ଟ ହୋଇ ଯାଇ ଥାଆନ୍ତି l
* ପାନପତ୍ର ଓ କର୍ପୁର ରେ ଆଳତି କରିବା ଦ୍ୱାରା ଜୀବନ ରେ ନକାରାତ୍ମକ ଉର୍ଜା ର ସମାପ୍ତ ହୋଇ ଜୀବନ ରେ ସୁଖ ଶାନ୍ତି ର ଆଗମନ ହୋଇଥାଏ l ତେଣୁ ପୂଜା ସମାପ୍ତି ପରେ ପାନପତ୍ର ଉପରେ କର୍ପୁର ରଖି ଆଳତି କରାଯାଇ ଥାଏ l
* ବିଶେଷ ଭାବେ ପୂଜା ରେ ବ୍ୟବହୃତ ହେଉଥିବା ପାନପତ୍ର ଛିଡି ନଥିବା କିମ୍ବା ଫାଟି ନଥିବା ଜରୁରୀ l ନଚେତ ପୂଜା ରେ ସଫଳତା ମିଳି ନଥାଏ l
* ମାନ୍ୟତା ରହିଛି ପ୍ରତି ଗୁରୁବାର ଦିନ ପାନପତ୍ର ଓ କର୍ପୁର ରେ ଆଳତି କରିବା ଦ୍ୱାରା ଅଟକିଥିବା କାର୍ଯ୍ୟରେ ସଫଳତା ଲାଭ ହୋଇଥାଏ l ଦରିଦ୍ରତା ନାଶ ହୋଇଥାଏ , ରୋଗ ରୁ ମୁକ୍ତି ମିଳିଥାଏ l