Odisha news

ରାଗିବା ଓ ବାଡ଼େଇବା ପରିବର୍ତ୍ତେ ନିଜ ସନ୍ତାନ କୁ ଏଭଳି କରନ୍ତୁ ମୋଟିଭେଟ

0

ପ୍ତତ୍ୟେକ ମାତାପିତା ନିଜ ସନ୍ତାନକୁ ଭଲ ଶିକ୍ଷା ଦେଇ ଲାଳନ ପାଳନ କରିବାକୁ ଚାହିଁ ଥାଆନ୍ତି l କିନ୍ତୁ ଅନେକ ସମୟରେ ପିତାମାତା ଙ୍କୁ ଦ୍ୱାରା ଏଭଳି କିଛି ଭୁଲ ହୋଇ ଯାଇଥାଏ ଯାହାକି ପିଲାଟିର ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ l ତେଣୁ ପ୍ରତ୍ୟେକ ପିତାମାତା ସେଥି ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ l ନିଜ ପିଲାକୁ ଲାଳନ ପାଳନ କରିବା ପୂର୍ବରୁ ନିଜ ଭିତରେ ମଧ୍ୟ କିଛିଟା ପରିବର୍ତ୍ତନ ଆଣିବାକୁ ପଡିଥାଏ l

* ନିଜ ପିଲାକୁ ଭଲ ସଂସ୍କାର ଦେବାକୁ ଚାହୁଁଥିଲେ ସର୍ବ ପ୍ରଥମେ ନିଜେ ଗୋଟିଏ ଭଲ ରୋଲ ମଡେଲ ହୁଅନ୍ତୁ , ଯାହାକୁ ଦେଖି ପିଲାଟି କିଛି ଶିଖିବ ଓ ନିଜକୁ ସେହିଭଳି ଗଢିବାକୁ ଚେଷ୍ଟା କରିବ l

* ଯାନ୍ତୁ ଟିଏ ହେଲେ ମଧ୍ୟ ମାଲିକ ର ସ୍ନେହ ର ସ୍ପର୍ଶ କୁ ବୁଝିଥାଏ l ତେଣୁ ନିଜ ସନ୍ତାନ ପ୍ରତି ସ୍ନେହ ଜାହିର କରିବା ପାଇଁ ତାକୁ ସ୍ନେହ ରେ ସ୍ପର୍ଶ କରିବା ସବୁଠୁ ଜରୁରୀ l ଯାହା ତାର କୋମଳ ମନରେ ବିଶ୍ୱାସ ଭରିବ କି ତାର ପରିବାର ତା ସହିତ ଅଛନ୍ତି l

* ଆମେ ସମସ୍ତେ ନିଜ କଥାବାର୍ତା ପ୍ରତି ସତର୍କ ରହିବା ଜରୁରୀ l କିଛି ବି କହିବା ପୂର୍ବରୁ ଥରଟିଏ ଆମେ ଚିନ୍ତା କରିବା ଜରୁରୀ l ନିଜ ପିଲା ମାନଙ୍କ ନିକଟରେ କଠୋର ଶବ୍ଦ ର ପ୍ରାଉୋଗ କରନ୍ତୁ ନାହିଁ , ପର ଆଲୋଚନା କରନ୍ତୁ ନାହିଁ ଏହା ପିଲାଙ୍କ ମନରେ ଖରାପ ପ୍ରଭାବ ପକାଇଥାଏ l

* ନିଜ ପିଲାଙ୍କୁ ମୋଟି ଭେଟ କରିବା ପାଇଁ ତାଙ୍କର ଛୋଟ ଛୋଟ କାର୍ଯ୍ୟ କୁ ନେଇ ପ୍ରଶଂସା କରନ୍ତୁ l ଏହା ତାଙ୍କର ମନୋବଳ ବଢାଇବ ଓ ଜୀବନ ରେ ସକାରାତ୍ମକ ପ୍ରଭାବ ପକାଇବ l

* ଆମେମାନେ ନିଜ ପିଲା ମାନଙ୍କ ନିକଟରେ ମାନବିୟତା ରକ୍ଷା କରିବା ଜରୁରୀ l କାହଁକି ନା ପ୍ରତ୍ୟେକ ବ୍ୟକ୍ତି ଙ୍କ ଦ୍ୱାରା କିଛି ନା କିଛି ଭୁଲ ହୋଇଥାଏ l ନିଜ ଭୁଲ କୁ ସ୍ୱୀକାର କରିବା ଜରୁରୀ l

* ନିଜ ପିଲାକୁ ନିଜର ଛୋଟ ଛୋଟ କାମ କରିବାକୁ ସୁଯୋଗ ଦିଅନ୍ତୁ l ଯାହାକି ତାକୁ ନିଜ ପ୍ରତି ଦାୟିତ୍ୱାବନ ହେବାର ସୁଯୋଗ ଦେଇଥାଏ l

* ପିଲମାନେ ନିଜ ଚତୁର୍ପାଶ୍ୱ ର ପରିସ୍ଥତି ରୁ ଠିକ ଭୁଲ ଶିକ୍ଷା କରି ଥାଆନ୍ତି l ତେଣୁ ଘରର ବାତାବରଣ କୁ ସବୁବେଳେ ଠିକ ରଖିବାକୁ ଚେଷ୍ଟା କରନ୍ତୁ l

Leave A Reply