Odisha news

କୋଇଲିପୁର ପଂଚାୟତରେ ବିଧାୟକଙ୍କ ଶକ୍ତି ପଦର୍ଶନ

0
ରାଜନଗର : ୩୦/୧ସାଧାରଣ ନିର୍ବାଚନ ଘୋଷଣାକୁ ଆଉ ଅଳ୍ପ କେତେ ଦିନ ବାକି ଅଛି | ରାଜନଗରର ବିଧାୟକ ଏବେ ଦିନରାତି ଏକ କରି କର୍ମୀ ସମିଳନୀ ସହିତ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି |ଗତକାଲି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କୋଇଲିପୁର ପଞ୍ଚାୟତରେ ନିଜର ଶକ୍ତି ପଦର୍ଶନ କରିଛନ୍ତି |କୁନ୍ଦୁପୁର -ବାବର ରାସ୍ତା ଶିଳାନ୍ୟାସ, କୁନ୍ଦୁପୁର ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପରେ ବଡ଼ପଲ୍ଲୀ – ଜମ୍ବୁ ରାସ୍ତାର ଶିଳାନ୍ୟାସ ପରେ ଠାକୁରପାଟଣା ଗାଁରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଆମିନେଟ ସେଣ୍ଟର ନିମନ୍ତେ ଶିଳାନ୍ୟାସ କରିଥିଲେ | ମୋଟର ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ରେ ଯାଇ ବଡ଼ପଲ୍ଲୀ ଗାଁରେ ଚାଲି ଚାଲି ଯିବା ସହ ନିଜର ଶକ୍ତି ପଦର୍ଶନ କରିଥିଲେ | ବଡ଼ପଲ୍ଲୀ ଗାଁରେ ବୟସ୍ମଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ଯାଏଁ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଉଥିବା ଦେଖିବାକୁ ମିଳିଥିଲା | କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀଙ୍କ ଘର କୋଇଲିପୁର ପଞ୍ଚାୟତର ବଡ଼ପଲ୍ଲୀ ଗାଁରେ |ଦିନ ଥିଲା ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ ଥିଲେ ଅଶୋକ | ହଟାତ ଦଳରେ ବିଦ୍ରୋହ ପରେ ବ୍ଲକ ସଭାପତି ପଦରୁ ବହିଷ୍କାର କରାଯାଇଥିଲା | ଏହି ଘଟଣା ପରେ ପ୍ରଥମଥର ପାଇଁ ବିଧାୟକ କୋଇଲିପୁର ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟକ୍ରମକୁ ଯିବା ସହିତ ବଡ଼ପଲ୍ଲୀ ପଞ୍ଚାୟତରେ ପଦଯାତ୍ରା କରି ଏକ ପ୍ରକାର ଶକ୍ତି ପଦର୍ଶନ କରିଛନ୍ତି | ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତଏହି କାର୍ଯକ୍ରମ ରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ନଟବର ପ୍ରଧାନ, ସହକାରୀ ଯନ୍ତ୍ରୀ ବିଶ୍ବରଂଜନ ସ୍ବାଇଁ, ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ମିଡ଼ିଆ ସଂଯୋଜକ ବିଜୟ ନାୟକ, ଉପସଭାପତି ଗୋବର୍ଦ୍ଧନ ପ୍ରଧାନ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ଅରୁଣ କୁମାର ସାହୁ,  ସର୍ବେଶ୍ଵର ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ, ବ୍ଲକ ବିଜେଡି ସଭାପତି କିଶୋର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଙ୍କ ପଦଯାତ୍ରା କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।
Leave A Reply