Odisha news

କନିକା ରଂଜେ କାର୍ଯ୍ୟ।ଳୟରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

0
 ରାଜନଗର ୩୦/୧୧ :  ରାଜନଗର ବନଖଣ୍ଡ ତରଫରୁ କନିକା ରଂଜେ ପରିସର ମଧ୍ୟରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗବେଷକ ପ୍ରସନ୍ନ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଇଁଛ ମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ନେଇ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ଗଗନ ବିହାରୀ ମଲ୍ଲିକ, ପୁନମ ହୀରା ହାଁସଦା, କେନ୍ଦ୍ରାପଡା ଇକୋ କ୍ଲବର ସଂଯୋଜକ ଗୋପିନାଥ ଦାସ, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁ, ନାଗାନାରାୟଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓମପ୍ରକାଶ ବାରିକ, ରାଜନଗର ସହକାରୀ ମତ୍ସ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ କଇଁଛ ମାନଙ୍କ ସୁରକ୍ଷା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ତାଳଚୁଆ ଟ୍ରଲର  ଆସୋସିଏସନର ଟ୍ରଲର ମାଲିକ, ଡ୍ରାଇଭର, ପାରମ୍ପାରିକ ମତ୍ସ୍ୟଜିବୀ, ଯନ୍ତ୍ରଚାଳିତ ବୋଟ ସଂଘର ବୋଟ ମାଲିକ, କର୍ମଚାରୀ, ପରିବେଶବିତ୍‌ଙ୍କ ସମେତ ବୁଦ୍ଧିଜିବୀମାନେ ଯୋଗଦେଇଥିଲେ। ରଂଜେ ଅଫିସର ମାନସ କୁମାର ଦାସ ଧନ୍ୟବାଦ ଦେବା ସହିତ ଟ୍ରଲର ମାଲିକ ଏବଂ ବୋଟ ମାଲିକ ଓ ଡ୍ରାଇଭର ମାନଙ୍କୁ କଇଁଛ ଏବଂ ଡଲଫିନ ମାନଙ୍କୁ ସୁରକ୍ଷା ଦେବାରେ ସହଯୋଗର ହାତ ବଢାଇବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଫରେଷ୍ଟର ପ୍ରଶା‘ କୁମାର ସିଂ, ଲକ୍ଷ୍ମୀଧର ବାରିକ ଏବଂ ସମସ୍ତ ବନକର୍ମଚାରୀମାନେ ପରିଚାଳନା କରିଥିଲେ।
Leave A Reply