Odisha news

ବ୍ଲକସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

0
ରାଜନଗର :    ରାଜନଗର ସଦର ମହକୁମାସ୍ଥିତ ଗଳିଦାଣ୍ଡ ଠାରେ ବ୍ଲକସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜନଗର ଡିଜେ ଭାଇରସ କ୍ଲବ ଆନୁକୂଲ୍ୟରେ ପବିତ୍ର କାର୍ତକ ପୂର୍ଣ୍ଣିମା ଅବସରରେ ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ଥାନା ଆଇଆଇସି ଅଜୟ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ସରପଂଚ ସୁଶ୍ରୀ ସଂଗିତା ମିଶ୍ର, ସମିତିସଭ୍ୟା ସୁମିତ୍ରା ସେଠୀ, ରାଘବାନନ୍ଦ ମହାନ୍ତି ,ମୁଖ୍ୟବକ୍ତା ଭାବେ ସଂଜୟ କୁମାର ବାଗ୍‌, ବିଚାରକ ଭାବେ ରାମକୃଷ୍ଣ ବାରିକ ଓ ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇଥିଲେ। ପ୍ରାରମ୍ଭରେ ଆରିୟନ ବେହେରା  ଓ ଆଶୁତୋଷ ନାଥଶର୍ମ।ଙ୍କ ଦ୍ବାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଏହାପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିୟର ବିଭାଗରେ ପ୍ରିୟମ୍ବଦା ଜେନା ପ୍ରଥମ, ସ୍ୱୟଂପ୍ରଭା ମହାରଥା ଦ୍ବିତୀୟ, ପ୍ରୀତିପ୍ରଜ୍ଞା ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବିଭାଗରେ ଦିବ୍ୟାଶ୍ରୀ ସେଠୀ ପ୍ରଥମ, ଯାଜ୍ଞସେନୀ ସେଠୀ ଦ୍ବିତୀୟ, ମାଧବ ସେଠୀ ୩ୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର, ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଦେବଦତ ସେଠୀ ପରିଚାଳନା କରିଥିବା ବେଳେ ବିକାଶ ସେଠୀ, ଧିବିର ସେଠୀ, ଶ୍ରୁତିକା‘ ସେଠୀ, ମଂଟୁ ସେଠୀ, ଜୀବନ ସେଠୀ, ଲିଟନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।
Nalco
Leave A Reply