Odisha news

ରାତିରେ ଅଗ୍ନିକାଣ୍ଡ : ୪ଗାଈ , ୧ବାଛୁରୀ ଜୀବନ୍ତ ଦଗ୍ଧ

0

ରାଜନଗର ୩୦|୦୧:କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଝାଡକଟା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଅଘଟଣ । ଗୁହାଳେ ବନ୍ଧାହୋଇଥିବା ପଞ୍ଚାନନ ରାଉତ ଓ ବଟକୃଷ୍ଣ ରାଉତଙ୍କ ୪ଟି ଗାଈ ଓ ୧ଟି ବାଛୁରୀ ଅଗ୍ନିକାଣ୍ଡ ଯୋଗୁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଗୋରୁଙ୍କୁ ଉଦ୍ଧାରକରିବାକୁ ଚେଷ୍ଟା କରୁଥିବା ପଞ୍ଚାନନ ରାଉତଙ୍କ ପୁଅ ଆହତହୋଇଥିବା ଖବର ମିଳିଛି । ଖବର ପାଇ ରାଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଲିଭା କାର୍ଯ୍ଯଆରମ୍ଭ କରିଥିଲେ । ଗୋରୁ ହରାଇଥିବା କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରାକ୍ତନ ସରପଞ୍ଚ ମୋହନ କୁମାର ଦାସ,ଛାତ୍ର କଂଗ୍ରେସ ସଭାପତି ପ୍ରଭାତ କୁମାର ରାଉଳ,ବରଗାଁ ଉନ୍ନୟନ କମିଟିର ସଭାପତି ବାସୁଦେବ ମିଶ୍ର ଓ ସୁମନ୍ତ କୁମାର ପ୍ରଧାନ ଏବଂ ପ୍ରଦୀପ ବିଶ୍ବାଳ ପ୍ରମୁଖ ଦାବିକରିଛନ୍ତି । ଏନେଇ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ଚିତରଞ୍ଜନ ପଣ୍ଡା ଓ ଯୁବ ସମାଜସେବୀ ଟୁଟୁ ରାଉଳ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply