ବୋରିଗୁମ୍ମା(କେ.ସାକିଲି ଦୋରା।)—ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ତରଫରୁ ପ୍ରତି ବ୍ଲକ ରେ ଗୋଟିଏ ଲେଖାଏଁ ଏକଲବ୍ୟ ବିଦ୍ୟାଳୟ ର ନିର୍ମାଣ ପାଇଁ ଯୋଜନା ହୋଇଛି ।ଏଥିପାଇଁ ବୋରିଗୁମ୍ମା ବ୍ଲକ ର ଖଣ୍ଡିଗୁଡା ଠାରେ ୨୦.୪୦ଏକର ଜାଗା ଚିହ୍ନଟ ହୋଇଥିଲା। ଦୁଇ ଦୁଇ ଥର ଠିକ ସଂସ୍ଥା ଏବଂ ବିଭାଗୀୟ ଅଧିକାରୀ ଜାଗା ନିରୀକ୍ଷଣ କରିଥିଲେ।ହେଲେ ଏକ ବର୍ଷ ବିତି ଯାଇଥିଲେ ବି ଆରମ୍ଭ ହୋଇପାରିନି ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ। ସେପଟେ ଦୀର୍ଘ ୯ ମାସ ଧରି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲାପ୍ରଶାସନ ପର୍ଯ୍ୟନ୍ତ ଅନେକ ଥର ଏହି ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନେଇ ଖଣ୍ଡିଗୁଡା ଗ୍ରାମବାସୀ ଲିଖିତ ଭାବେ ଦାବି କରିଛନ୍ତି।ଏସବୁ ସ୍ଵତ୍ତ୍ୱେ ମଧ୍ୟ ପ୍ରଶାସନ ଚୁପ ରହିଛି। ଦୀର୍ଘ ୯ ମାସ ଧରି ଖଣ୍ଡିଗୁଡ଼ା ଗ୍ରାମବାସୀ ନିଜର ସଂଘର୍ଷ ଜାରି ରଖିଛନ୍ତି।ଶେଷ ରେ ଗତ ମାସ ୧୫ ତାରିଖ ରେ ଆଉଁଳି ପଞ୍ଚାୟତ ର ଖଣ୍ଡିଗୁଡା ଗ୍ରାମର ଶହ ଶହ ମହିଳା ଓ ପୁରୁଷ ବାହାରି ଜୟପୁର ଉପଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ।ଯାହାର ପ୍ରଭାବ ରେ ଆଜି ଜୟପୁର ଉପଜିଲାପାଳ ହେମାକାନ୍ତ ସାଏ, ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ,ଡବ୍ଲୁ ଇ ଓ ଗୁରୁବନ୍ଧୁ ପୂଜାରୀ ପ୍ରମୁଖ ଖଣ୍ଡିଗୁଡା ,ଅଞ୍ଚଲା ଓ ପର୍ଲି ଗ୍ରାମ ରେ ପହଞ୍ଚି ପ୍ରସ୍ତାବିତ ଜମି କୁ ଦେଖିଛନ୍ତି ଆଉ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଫେରିଛନ୍ତି।ଏନେଇ ଉଚିତ ସ୍ଥାନ ଚୟନ କରି ଶୀଘ୍ର ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଯିବ ବୋଲି କହିଛନ୍ତି ଉପଜିଲାପାଳ ହେମାକାନ୍ତ ସାଏ।