ରାୟଗଡା,୩୦ ।୧-ରକିୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟାକରି ଡ଼କାୟତି ହୋଇଥିବା ନେଇ ଯୋଜନା ରଚିଥିଲା ସ୍ୱାମୀ ବିଜୟ ଉଲ୍ଲାକା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନ୍ଦ ଶର୍ମା ସୂଚନା ଦେଇଛନ୍ତି । ଗତ ୨୨ ତାରିଖ ରାତିରେ ରାୟଗଡ଼ା ବ୍ଲକ ଉଲ୍ଲାକାତୁଣ୍ଡା ଗ୍ରାମର ବିଜୟ ଉଲ୍ଲାକାଙ୍କ ପତ୍ନୀ କାସାଇ ଉଲ୍ଲାକାଙ୍କୁ କେହି ଦୁବୃର୍ତ୍ତ ହତ୍ୟାକରି ପିନ୍ଧିଥିବା ଗହଣା ଲୁଟିନେଇଥିବା ନେଇ ରାୟଗଡ଼ା ଥାନାରେ ମାମଲା ରୁଜ୍ଜୁ କରିଥିଲା ସ୍ୱାମୀ ବିଜୟ । ଏହି ଘଟଣାକୁ ନେଇ ରାୟଗଡ଼ା ଏସପିଙ୍କ ନିଦେ୍ର୍ଧଶ ପ୍ରକାରେ ଏସଡ଼ିପିଓ ତପନ ନାରାୟଣ ରଥ ଏବଂ ସଦର ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ତଦନ୍ତ ପରେ ହତ୍ୟା କାଣ୍ଡର ସମସ୍ତ ଘଟଣା ପର୍ଦ୍ଦାଫାସ ହୋଇଛି । ଘରେ ୪ବର୍ଷର ଝିଅ ଶୋଇଥିବା ସମୟରେ ପରକୀୟା ପ୍ରିତି ପାଇଁ ସ୍ତ୍ରୀ କାସାଇଙ୍କୁ ଟାଙ୍ଗିଆରେ ମୁଣ୍ଡ ଏବଂ ବେକରେ ହାଣି ସ୍ୱାମୀ ବିଜୟ ଉଲ୍ଲାକା ହତ୍ୟା କରିବା ପରେ ସ୍ତ୍ରୀର ପରିଧାନ କରିଥିବା ସୁନା ଅଳଙ୍କାର ବାହାରକରି ଲୁଚାଇ ଦେବା ସହ ଘରେଥିବା ପେଡ଼ି ଏବଂ ଆଲମାରିକୁ ହାଣିବା ସହିତ ଘରର ଜିନିସ ପତକୁ୍ର ଏପଟେ ସେପଟେକରିଥିଲା । ୪ବର୍ଷର ଝିଅ ଉଠିପଢି କାନ୍ଦିବାରୁ ପାଖ ପୋଡ଼ଶୀ ଘରର ଲୋକେ ଆସି ଦେଖିଥିବା ବେଳେ କାସାଇ ଉଲ୍ଲାକା ରକ୍ତ ଜୁଡ଼ୁବୁଡ଼ୁରେ ଖଟରେ ପଡ଼ିଛି । ହତ୍ୟା ଉପରୁ ନଜର ହଟାଇବା ପାଇଁ ସକାଳୁ ନିଜେ ନିକଟସ୍ଥ କୁମ୍ବିକଟା ଫାଣ୍ଡିକୁ ଯାଇ ଲିଖିତ ଦେବା ବେଳେ ଥାନା ଅଧିକାରୀ ନଥିବାରୁ ରାୟଗଡ଼ା ଥାନାରେ ଲିଖିତ ଦେଇଥିଲେ ଅଭିଯୁକ୍ତ । ଏହାକୁ ନେଇ ନିଜେ ଏସପି ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ । ଶେଷରେ ଅଭିଯୁକ୍ତ ଦୋଷ ସ୍ୱୀକାର କରିବା ସହ ରଖିଥିବା ସୁନା ଗହଣା ଏବଂ ହତ୍ୟାକରିଥିବା ଟାଙ୍ଗିଆ ଜବତ କରିଛି ପୁଲିସ । ଏନେଇ ରାୟଗଡ଼ା ଥାନାରେ କେସ ନଂ ୦୨୨/୨୩.୧୨୦୨୧ ପକାରେ ଧାରା ୩୦୨ ଅପୁଯାଇ ଅଭିଯୁକ୍ତ ବଜୟ ଉଲ୍ଲାକାକୁ ଗିରଫକରି କୋର୍ଟ ଚାଲାଣ କରିଛି ବୋଲି ଏସପି ସୁଚନା ଦେଇଛନ୍ତି ।