Odisha news

ଗବେଷଣାରୁ ଖୁଲସା : ପୁରୁଷ ମାନଙ୍କ ପାଇଁ ଶକ୍ତିର ଭଣ୍ଡାର ଏହି ସବୁ ଖାଦ୍ୟ

ପୁରୁଷ ମାନଙ୍କ ପାଇଁ କେତୋଟି ପୋଷାକ ତତ୍ୱର ବିଶେଷ ଆବଶ୍ୟକତା ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ କିଛିଟା ଜିନିଷ ଏଭଳି ରହିଛି ଯାହାକୁ ପୁରୁଷ ମାନେ ନିୟମିତ ଭାବରେ ଖାଇବା ଉଚିତ୍ , ଯାହା ପୁରୁଷ ମାନଙ୍କ ପାଇଁ ସୂପରଫୁଡ ଅଟେ । ଏହିସବୁ ଖାଦ୍ୟ ଆପଣଙ୍କ ଦୈନନ୍ଦିନ ଜୀବନର ଅନେକ ଅସୁବିଧା କୁ ଦୂର କରିବ ।
* ପାଳଙ୍ଗ – ପାଳଙ୍ଗ ଗୋଟିଏ ଏପରି ଶାଗ ଯାହା ଏକା ସହିତ ୩ଟି ପରିବା ସାଙ୍ଗରେ ସମାନ । ପାଳଙ୍ଗ ରକ୍ତ ପ୍ରବାହକୁ ଠିକ୍ କରିଥାଏ ଓ ହୃତପିଣ୍ଡ କୁ ମଧ୍ୟ ସୁସ୍ଥ ରଖିଥାଏ । ପୁରୁଷ ମାନଙ୍କର କାର୍ଯ୍ୟ କ୍ଷମତାକୁ ମଧ୍ୟ ବଢ଼ାଇଥାଇ । ପାଳଙ୍ଗ କୁ ତରକାରୀ ପରିବର୍ତ୍ତେ ସାଲାଡ଼ ପ୍ରସ୍ତୁତ କରି ମଧ୍ୟ ଖାଇପରିବେ ।
* ଟମାଟୋ – ପୁରୁଷ ମାନଙ୍କୁ ଏପରି ଜିନିଷ ଖାଇବା ଆବଶ୍ୟକ ଯେଉଁଥିରେ ଲିକୋପିନ ଅଧିକ ମାତ୍ରାରେ ରହିଛି । ଟମାଟୋ ଲାଇକୋପୀନ ର ଗନ୍ତାଘର ଅଟେ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଲିକୋପୀନ ଗୋଟିଏ ଏପରି ଆଣ୍ଟି ଅକ୍ସିଡେଣ୍ଟ ଯାହା ପୁରୁଷ ମାନଙ୍କୁ ପ୍ରୋଟେଷ୍ଟ୍ କ୍ୟାନସର ରୁ ରକ୍ଷା କରିଥାଏ । ସେଥି ପାଇଁ ପୁରୁଷମାନେ ନିୟମିତ ଟମାଟୋ ଖାଇବା ଉଚିତ୍ ।
* ଆଳୁ – ଆଜିକାଲି ଲୋ କାର୍ବୋ ଖାଦ୍ୟ କାରଣରୁ ଅଧିକାଂଶ ଲୋକ ଆଳୁ ଖାଇବାକୁ ପସନ୍ଦ କରୁନାହାନ୍ତି । ଯେଉଁ କାରଣରୁ ଶରୀରକୁ ଅଧିକ ଶକ୍ତି ମିଳି ପାରୁନାହିଁ । ଆଳୁ ରେ କଦଳୀ ଠାରୁ ଅଧିକ ପୋଟାସିୟମ ରହିଛି । ଏଥିରେ କିଛି ମାତ୍ରାରେ ଭିଟାମିନ ସି ଓ ଫାଇବର ରହିଛି । ଯାହା ପାଚନ ପ୍ରକ୍ରିୟା କୁ ମଧ୍ୟ ଠିକ୍ କରିଥାଏ ।
* ବିଭିନ୍ନ ଶସ୍ୟ – ପୁରୁଷ ମାନଙ୍କ ପାଇଁ କିଛି ଶସ୍ୟ ଖାଇବା ଆବଶ୍ୟକ । ଗୋଟା ଶସ୍ୟ ଶରୀରକୁ ଶକ୍ତି ଯୋଗାଇ ଥାଏ । ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କୁ କଲରେକ୍ଟଲ କ୍ୟାନ୍ସର ଅଧିକ ହେବାର ବିପଦ ରହିଥାଏ । ମହିଳା ମାନଙ୍କ ତୁଳନାରେ ପୁରୁଷ ମାନେ ଅଧିକ ରେଡ୍ ମିଟ ଖାଇ ଥାଆନ୍ତି, ତେଣୁ ସେମାନଙ୍କୁ ଏହି କ୍ୟାନ୍ସର ହେବାର ସମ୍ଭାବନା ଅଧିଟ ରହିଥାଏ ।

Comments are closed.