Odisha news

ଓଟସ୍ ଶରୀରକୁ ବିଭିନ୍ନ ରୋଗରୁ ଦୁରେଇ ରଖିଥାଏ : ଆସନ୍ତୁ ଜାଣିବା ଉପକାରିତା ବିଷୟରେ

ଆଜିକାଲି ଓଟସ୍ ସମସ୍ତଙ୍କର ପସନ୍ଦ ଯୋଗ୍ୟ ଖାଦ୍ୟ ହୋଇଛି । କାରଣ ଏହା ପ୍ରସ୍ତୁତ କରିବା ପାଇଁ ଯେତେ ସହଜ ଖାଇବା ପାଇଁ ମଧ୍ୟ ସେତିକି ସ୍ୱାସ୍ଥ୍ୟକର । ଓଟସ ରେ ଥିବା ପୋଷାକ ତତ୍ତ୍ଵ ଗୁଡ଼ିକ ହେଉଛି ଭିଟାମିନ – ଇ , ଭିଟାମିନ – ବି , ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ , ଫସଫରସ ଓ ମଗ୍ନେଶୀୟମ ରହିଛି ।

* ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଓଟସ ଅତ୍ୟନ୍ତ ଲାଭ ଦାୟକ । ଏହା ଅନେକ ଗୁଡ଼ିଏ ଆଣ୍ଟି ଅକ୍ସିଡ଼ାଣ୍ଟ ରେ ଭରପୁର ଅଟେ । ଯାହାକି ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ ।
* ଓଟଶ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ । ଯାହାକି ରକ୍ତ ଶର୍କରା କୁ ଅଚାନକ ବଢ଼ିବାକୁ ଦେଇ ନଥାଏ । ଏହାର ବିଟା ଗ୍ଲୁକୋଜ ରକ୍ତ ଶର୍କରା ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ ଓ ରକ୍ତ ଶର୍କରା କୁ ନିୟନ୍ତ୍ରିତ କରିଥାଏ ।
* ଓଟସ ରେ ଭଲ ମାତ୍ରାରେ ଫାଇବର ରହିଛି , ଯାହା କି ମୋଟା ବୋଲିଯିମ୍ କୁ ଠିକ୍ ରଖିଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
* ଓଟସ୍ ଫାଇବର ରେ ଭରପୁର ମାତ୍ରାରେ ଫାଇବର ରହିଥିବା କାରଣରୁ କୋଷ୍ଠ କଠିନ ସମସ୍ୟା ଦୂର କରିଥାଏ । ତେଣୁ ପ୍ରତିଦିନ ଓଟସ୍ ଖାଇବା ଶରୀର ପକ୍ଷରେ ଖୁବ୍ ହିତକର ।
* ଓଟସ୍ ଖାଇବାର ସଠିକ୍ ସମୟ ହେଉଛି ସକାଳ ସମୟ । ସେହି ସମୟରେ ଓଟସ୍ ଖାଇବା ଦ୍ୱାରା ପେଟ ଠିକ୍ ରହିବା ସହିତ ଓଜନ ହ୍ରାସ ମଧ୍ୟ ହୋଇଥାଏ । ସକାଳ ସମୟରେ ଓଟସ୍ ଖାଇଲେ ଆପଣଙ୍କ ଏନର୍ଜି ଲେବଲ ଠିକ୍ ରହିଥାଏ ।

Comments are closed.