କଣ ଆପଣ ଜାଣିଛନ୍ତି ଘରେ ରଖିଥିବା ସମସ୍ତ ଜିନିଷର ଶୁଭ ଓ ଅଶୁଭ ପ୍ରଭାବ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତେକ୍ ଜିନିଷର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ରହିଛି । ବାସ୍ତୁ ହିସାବରେ ଏହି ଏନର୍ଜି କୁ ୨ଟି ଶକ୍ତି ରେ ଭାଗ କରାଯାଇଛି । ଗୋଟିଏ ପଜିଟିଭ ଏନର୍ଜି ଓ ଅନ୍ୟଟି ନେଗେଟିଭ ଏନର୍ଜି ।
ଆମ ଘରେ ଏପରି କିଛି ଜିନିଷ ରହିଛି ଯାହା ଆମେ ବ୍ୟବହାର କରିନଥାଏ କିମ୍ବା ଖରାପ୍ ହୋଇ ଯାଇଥାଏ । ଏହିଭଳି କିଛିଟା ଜିନିଷ ଆମ ଘରେ ନେଗେଟିଭ ଏନର୍ଜି ଜାଗ୍ରତ କରାଇଥାଏ । ସେହି ଜିନିଷ ଗୁଡ଼ିକ ପ୍ରତି ଆମକୁ ସଚେତନ ହେବା ଆବଶ୍ୟକ ।
* ପୁରୁଣା ଖବର କାଗଜ – ବାସ୍ତୁ ଶାସ୍ତ୍ରରେ କିଛି ଲୋକଙ୍କର ଅଭ୍ୟାସ ରହିଛି ଯେ ପୁରୁଣା ଖବର କାଗଜକୁ ଏକାଠି କରି ରଖିବା । ବାସ୍ତୁ ଦୃଷ୍ଟିରୁ ଏହା ଠିକ୍ ନୁହେଁ । କାରଣ ପୁରୁଣା ଖବରକାଗଜ ଯୋଗୁଁ ଘରେ ଧୂଳି ଜମିବା ସହିତ ଅଲାନ୍ଦୁ ମଧ୍ୟ ହୋଇଥାଏ । ଯାହା ଆମ ଉନ୍ନତି ରେ ବାଧା ସୃଷ୍ଟି କରିବା ସହିତ ଜୀବନରେ ବାଧା ଉପୂଜାଇ ଥାଏ । ତେଣୁ ପୁରୁଣା ଖବରକାଗଜ ରଖିବା ଉଚିତ୍ ନୁହେଁ ।
* ପୁରୁଣା ତାଲା – ବାସ୍ତୁ ହିସାବରେ ଘରେ ଭଙ୍ଗା ତାଲା ଓ ପୁରୁଣା ତାଲା ରଖିବା ଉଚିତ୍ ନୁହେଁ । କୁହାଯାଏ ଯେଉଁ ତାଲା ବ୍ୟବହାର ଯୋଗ୍ୟ ରୁହେ ନାହିଁ , ତାକୁ ତୁରନ୍ତ କାଢ଼ି ଫିଙ୍ଗି ଦେବା ଉଚିତ୍ । କୁହାଯାଏ ଯେ ଯେଉଁ ତାଲା ବନ୍ଦ୍ ହୋଇ ରହିଥାଏ ସେ ଗୁଡିକ ଆପଣଙ୍କ ଭାଗ୍ୟକୁ ମଧ୍ୟ ବନ୍ଦ୍ କରି ଦିଅନ୍ତି ।
* ପୁରୁଣା ଜୋତା ଚପଲ – ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ଖରାପ୍ ଜୋତା ଚପଲ ଘରେ ରଖିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ ଘରେ ପୁରୁଣା ଜୋତା ଚପଲ ରଖିବା ଦ୍ଵାରା ଜୀବନରେ ସଂଘର୍ଷ ଦେଖା ଦେଇଥାଏ । ଖରାପ୍ ଜୋତା କୁ ଶନିବାର ଦିନ ଘରୁ ବାହାରକରି ଫିଙ୍ଗିବା ଶନି ଦେବଙ୍କ କୁ ପ୍ରଭାବ ଦୂରେଇ ଯାଇଥାଏ ।
* ଖରାପ୍ ଘଣ୍ଟା – ଚାଲୁ ଥିବା ଘଡି କାଳ ଚକ୍ର ବୋଲି ଦର୍ଶାଇଥାଏ , ସେହି ସ୍ଥାନରେ ବନ୍ଦ୍ ଘଡି ଜୀବନରେ ବାଧା ସୃଷ୍ଟି କରିଥାଏ । ଯଦି ଆପଣଙ୍କ ଘରେ ବନ୍ଦ୍ ହୋଇଥିବା ଘଡି ରହିଛି ତେବେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ । କୁହାଯାଏ ଯେ ବନ୍ଦ୍ ଘଡି ଆପଣଙ୍କ ଭଲ ସମୟକୁ ଆସିବାକୁ ଦିଏ ନାହିଁ ।
Comments are closed.