ସନ୍ଧ୍ୟା ଥିଏଟର ରେ ହୋଇଥିବା ଘଟଣା ପରେ ଜେଲ ଯାଇ ବେଲ ରେ ବାହାରିଥିବା ଆଲୁ ଅର୍ଜୁନ ଙ୍କ ଅସୁବିଧା ବଢ଼ିବାରେ ଲାଗିଛି, ସାଧାରଣ ଭାବରେ ଏଭଳି କେଶ ରେ ଏଭଳି ହୋଇଥାଏ ଯେ ଜାମିନ ମିଳିବା ପରେ କେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ, ଏବଂ ତାରିଖ ପରେ ତାରିଖ ମାମଲା ରଫା ଦଫା ହୋଇଯାଇ ଥାଏ l ଆଲୁ ଅର୍ଜୁନ ଙ୍କ ସହିତ ଏଭଳି ହୋଇନଥାଏ, ବରଂ ସେ ବର୍ତମାନ ଆହୁରି ଅଧିକ ଅସୁବିଧା ରେ ପଡିଛନ୍ତି l ପ୍ରଥମେ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଥାନା କୁ ଡାକିଥାଏ, ଓ ବର୍ତମାନ କୌଣସି ବଡ଼ ଦୁର୍ଘଟଣା ଭଳି ପୋଲିସ ଘଟଣା କୁ ରିକ୍ରିଏଟ ମଧ୍ୟ କରିବାକୁ ଚାହୁଁଛି , ତେବେ ପ୍ରଶ୍ନ ଉଠୁଛି ଏଭଳି କାହିଁକି ଘଟିଲା l କଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ଆଲୁ ଅର୍ଜୁନ ଙ୍କ ଜରିଆରେ ନିଜର କୌଣସି ପ୍ରତିଶୋଧ ପୁରା କରିବା ପାଇଁ ଚାହୁଁଛନ୍ତି, ଏହା ପଛରେ ଯେପରି ତାଙ୍କର କୌଣସି ରାଜନୈତିକ ଉଦେଶ୍ୟ ରହିଛି, ଆସନ୍ତୁ ଆଜି ଜାଣିବା ରେବନ୍ତ ରେଡି ଙ୍କ ପୋଲିସ ପୁଷ୍ପା ର ଏତେ କଠୋର କାହିଁକି ?
ସେ ପୁଷ୍ପl 2 ଫିଲ୍ମ ଦେଖିଛନ୍ତି, ସେ ଜାଣିବା ଦରକାର ଯେ ଶେଷରେ ପୁଷ୍ପା ର କେବଳ ଗୋଟିଏ ଶତ୍ରୁ ହିଁ ବଞ୍ଚିକି ରହୁଛି ଏବଂ ସେ ଭ୍ରମର ସିଂ ଶେଖାୱତ୍ ସେହି ପୋଲିସ କର୍ମୀ ଯିଏକି ପୁଷ୍ପା କୁ ବାରମ୍ବାର ବାରମ୍ବାର ଖରାପ ବ୍ୟବହାର ଦେଖାଇ ଆସୁଥିଲା, କିନ୍ତୁ ତାହା ରିଲ ଲାଇଫ ଥିଲା ଏବଂ ପୁଷ୍ପା ସିନେମା ର ସେ ହିରୋ ଥିଲା, କିନ୍ତୁ ସେଥିପାଇଁ ଏହା ପୋଲିସ ବାଲାଙ୍କୁ ଖରାପ ବ୍ୟବହାର ଦେଖାଇବା ଗୋଟିଏ ଅଂଶ ଥିଲା, ଏବଂ ପୁଷ୍ପା ଆଗରେ ପୋଲିସ କୁ ବାରମ୍ବାର ମୁଣ୍ଡ ନୁଆଁଇବା କୁ ପଡିଥିଲା l
ପ୍ରକୃତ ରେ ଆଲୁ ଅର୍ଜୁନ ଙ୍କୁ ଜାମିନ ମିଳିବା ପରେ ବାହାରକୁ ଆସି ପୋଲିସ ଵାଲା ଙ୍କ ପ୍ରଶ୍ନ ର ଉତର ଦେବାକୁ ପଡୁଛି, ଥାନା ରେ ଯାଇ ହାଜିରା ଦେବାକୁ ପଡୁଛି, ଏବଂ ବର୍ତମାନ ପୋଲିସ ଆଲୁ ଅର୍ଜୁନ ଙ୍କୁ ନେଇ ସନ୍ଧ୍ୟା ଥିଏଟର ନେବାକୁ ବାହାରିଛି ଏବଂ କ୍ରାଇମ ସିନ ରୀ-କ୍ରିଏଟ କରିବାକୁ ବାହାରିଛି l
ଏହି ସମସ୍ତ କାର୍ଯ୍ୟ କରୁଛି ତେଲେଙ୍ଗାନା ପୋଲିସ ଯାହାର ମୁଖିଆ କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି l କଣ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କୌଣସି ପ୍ରତିଶୋଧ ନେବାକୁ ଚାହୁଁଚି କି ? ଅଲୁ ଅର୍ଜୁନ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟରେ ମଧ୍ୟରେ ସ୍ୱର୍ଗ-ନର୍କ ର ଫରକ l କିନ୍ତୁ ଦକ୍ଷିଣ ଭାରତରେ ଚଳଚିତ୍ର ତାରକା ଙ୍କ ଯେଉଁ ଚାହିଦା ରହିଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଭୋଟ ବ୍ୟାଙ୍କ ପ୍ରଭାବିତ ହୋଇପାରେ l ଏହା ସହିତ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ପରିଚିତ ଅଟନ୍ତି, ତଥାପି ସେ ଅନ୍ୟ ପକ୍ଷରେ ଜନସାଧାରଣ ଙ୍କୁ ସୂଚେଇ ଦେବାକୁ ଚାହୁଁଛନ୍ତି ଯେ କଂଗ୍ରେସ ଶାସିତ ତେଲେଙ୍ଗାନା ରାଜ୍ୟରେ ଧନୀ, ଗରିବ, ସେଲିବ୍ରେଟି ଙ୍କ ମଧ୍ୟରେ କୌଣସି ଫରକ ନାହିଁ l