ବ୍ରୀକ୍ସ ରେ ସଦସ୍ୟତା ପାଇବାର ସ୍ବପ୍ନ ରଖିଥିବା ପାକିସ୍ତାନ କୁ ବଡ଼ ଝଟକା ମିଳିଛି, ଭାରତର କଡା ବିରୋଧ କାରଣରୁ ପାକିସ୍ତାନ କେବଳ ବ୍ରୀକ୍ସ ର ସଦସ୍ୟତା ରୁ ବଂଚିତ ହେଲା ନାହିଁ, ବରଂ ତାକୁ ପାର୍ଟନର ଦେଶ ମାନଙ୍କର ତାଲିକା ରେ ମଧ୍ୟ ସ୍ଥାନ ମିଳିଲା ନାହିଁ l ଇତି ମଧ୍ୟରେ ତୁର୍କୀ ନିଜକୁ ବ୍ରୀକ୍ସ ପାର୍ଟନର ଦେଶର ତାଲିକା ରେ ସାମିଲ କରି ମହତ୍ଵପୁର୍ଣ ସ୍ଥାନ ଲାଭ କରିସାରିଛି l
ରୁଷ ନିକଟରେ ୧୩ ଟି ନୂଆ ପାର୍ଟନର ଦେଶର ଘୋଷଣା କରିଛି, ଏହି ଦେଶ ମାନଙ୍କ ମଧ୍ୟରେ ଆଲଜିରିଆ , ବେଲାରୁଷ, ବୋଲୀବିୟା, କ୍ୟୁବା, ଇଣ୍ଡୋନେସିଆ, କାଜାଖସ୍ଥାନ, ମାଲେସିୟା, ଥାଇଲ୍ୟାଣ୍ଡ, ତୁର୍କୀଏ, ୟୁଗାଣ୍ଡା, ନାଇଜେରିଆ, ଉଜବେକିସ୍ତାନ, ଓ ଭିଏତନାମ ଶାମିଲ ହୋଇଛନ୍ତି l ଏହି ଦେଶ ଜାନୁଆରୀ ୧ ତାରିଖ ୨୦୨୫ ରୁ ବ୍ରୀକ୍ସ ର ପାର୍ଟନର ଦେଶ ହେବେ, ପାକିସ୍ତାନ ଯିଏକି ଚୀନ ଓ ରୁଷ ର ସମର୍ଥନ ରୁ ବ୍ରୀକ୍ସ ରେ ପ୍ରବେଶ କରିବାର ଚେଷ୍ଟା କରିଥିଲା l ଏହି ଶୁଚି ରେ ନିଜର ସ୍ଥାନ ରଖିବା ପାଇଁ ପାକିସ୍ତାନ ଅସଫଳ ହେଲା lକୁହା ଯାଉଛି ଯେ କାଶ୍ମୀର ମୁଦା ଉପରେ ତୁର୍କୀଏ ର ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦାଗାନ ଙ୍କ ବ୍ୟବହାର ରେ ପରିବର୍ତନ କାରଣରୁ ଭାରତ ତୁର୍କୀଏ କୁ ବିରୋଧ କଲାନାହିଁ, ଅନ୍ୟ ପକ୍ଷରେ ପାକିସ୍ତାନ ର ବ୍ରୀକ୍ସ ରେ ସାମିଲ ହେବାକୁ ଚେଷ୍ଟା କରୁଥିବା କୁ ଭାରତ ର କଠୋର ବିରୋଧ ଫଳପ୍ରଦ ହେଲା l ତୁର୍କୀଏ ର ସଫଳତା ଏହାର ଉଦାହରଣ ଅଟେ କି ରାଜନୈତିକ ରଣନୀତି କେତେ ମହତ୍ଵପୁର୍ଣ ଅଟେ l ପାକିସ୍ତାନ ର ଏହି ବିଫଳତା ଉପରେ ନିଜ ଦେଶର ସମାଲୋଚନା ହେଉଛି, ବିଦେଶୀ ମାମଲା ର ବିଶେଷଜ୍ଞ ଏହା ସମ୍ପୂର୍ଣ ଭାବରେ ପାକିସ୍ତାନ ର ବିଫଳତା ବୋଲି କହିଛନ୍ତି l