corona

ପୁରୀ,୧୩ା୯(ସବୁ୍ୟ): ଜିଲ୍ଲାରେ ଆଜି ପୁଣି ୨୧୨ ନୂତନ ଚିହ୍ନଟ ହୋଇଛନ୍ତି । ଫଳରେ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭ରେ ପହଞ୍ଚିଛି । ଅଦ୍ୟାବଧି ଜିଲ୍ଲାରେ ୬୨୮୭ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ୪୪୭୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୨ରହିଛି । ଜିଲ୍ଲାର ବିଭିନ୍ନଞ୍ଚବ୍ଳକ ଅଞ୍ଚଳରେ ୧୪୪ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁରୀ ପୌରାଞ୍ଚଳରେ ୬୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛିି ।

କେବଳ ପୁରୀ ମୁ୍ୟନିସପାଲିଟିରେ ୨୧୫୨ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୫୬୯ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ଆଜି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୩୫୩ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବାବେଳେ ୮୭ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ପୁରୀସଦର ବ୍ଲକରୁ ଚିହ୍ନଟ ୬୮୯ପଜିଟିଭ ମଧ୍ୟରୁ ୨୦୯ ସକ୍ରିୟ ସଂକ୍ରମିତ ଓ ଗୋପ ବ୍ଲକରେ ୩୫୪ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୫୦ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କାକଟପୁର ବ୍ଲକର ଚିହ୍ନଟ ୩୧୫ପଜିଟିଭଙ୍କ ମଧ୍ୟରୁ ୯୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ନିମାପଡ଼ା ବ୍ଳକରେ ଚିହ୍ନଟ ୫୧୭ପଜିଟିଭଙ୍କ ମଧ୍ୟରୁ ୧୭୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୨୬୨ଜଣ ପଜିଟିଭଙ୍କ ମଧ୍ୟରୁ ୧୦୦ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।

ସେହିପରି ସତ୍ୟବାଦୀ ବ୍ଲକରେ ୩୬୦ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୨ଜଣ, ଡେଲାଙ୍ଗ ବ୍ଲକରେ ୧୭୧ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କଣାସ ବ୍ଲକରେ ୩୯୧ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ବ୍ରହ୍ମଗିରିର ଚିହ୍ନଟ୪୫୮ପଜିଟିଭଙ୍କ ମଧ୍ୟରୁ ୧୦୭ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୃଷ୍ଣପ୍ରସାଦ ବ୍ଲକରେ ୨୩୧ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ କୋଣାର୍କ ଏନ୍ଏସିର ଚିହ୍ନଟ ୪ଜଣ ପଜିଟିଭ, ପିପିଲି ଏନ୍ଏସିର ଚିହ୍ନଟ ୬ ଜଣ ପଜିଟିଭ୍ ଓ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ମୋଟାମୋଟିଭାବେ ଗତ କିଛିଦିନ ଧରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here