Odisha news

ପୁଣି ଆଜି ଓଡ଼ିଶାରେ ୩୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

0

ଭୁବନେଶ୍ୱର: ପୁଣି ଆଜି ଓଡ଼ିଶାରେ ୩୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୮୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୩୪୮ ଜଣ, ପୁରୀ ଜିଲ୍ଲାରୁ ୨୮୦ ଜଣ, ମୟୂରଭଂଜ ଜିଲ୍ଲାରୁ ୨୦୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୩ ଜଣ, ଭଦ୍ରକ ଜିଲ୍ଲାରୁ ୧୪୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୬ ଜଣ ଓ ଗଂଜାମ ଜିଲ୍ଲାରୁ ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଳାରୁ ୮୯ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୮୭ ଜଣ, କନ୍ଧମାଳ ଜିଲ୍ଲାରୁ ୮୫ ଜଣ, କୋରାପୁଟ ଜିଲ୍ଲାରୁ ୭୧ ଜଣ, ବାଲେଶ୍ୱର, ସମ୍ବଲପୁର ଜିଲ୍ଲାରୁ ୬୬ ଜଣ ଲେଖାଏଁ, ବୌଦ୍ଧ ଜିଲ୍ଲାରୁ ୬୫ ଜଣ, ନୟାଗଡ଼ ଜିଲ୍ଲାରୁ ୫୮ ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଳାରୁ ୪୪ ଜଣ, ଯାଜପୁର ଜିଲ୍ଲାରୁ ୪୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୧ ଜଣ, ଗଜପତି ଜିଲ୍ଲାରୁ ୨୯ ଜଣ, ଅନୁଗୁଳ ଜିଲ୍ଲାରୁ ୨୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪ ଜଣ, ମାଲକାନଗିରି ଜିଲ୍ଲାରୁ ୨୨ ଜଣ, ନୂଆପଡ଼ା ଜିଲ୍ଲାରୁ ୧୭ ଜଣ ଓ ଦେବଗଡ଼ ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply