Odisha news

ଅମାନିଆ ଯୁବକଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ଦୋକାନରୁ ଉଠାଇନେଇ କ୍ୱାରେଣ୍ଟିନରେ ରଖିଲେ

0

ଧାମନଗର (Basudev Tripathy) ଯାଜପୁର ଜିଲ୍ଲାର ହଟସ୍ପଟ ଜୋନରୁ ଆସି ଧାମନଗର ବ୍ଲକ ଅନ୍ତର୍ଗତ ବାଲିପଡା ଠାରେ ଥିôବା ନିଜର ଔଷଧ ଦୋକାନ ଖୋଲୋଥିବା ଜଣେ ଅମାନିଆ ଯୁବକଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ଦୋକାନରୁ ଉଠାଇନେଇ କ୍ୱାରେଣ୍ଟିନରେ ରଖିଥିବା ଜଣାଯାଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କଟିକଟା ଗ୍ରାମ ରାଜ୍ୟରେ ଏକ ହଟସ୍ପଟ ଜୋନ ଭାବେ ଜଣାଶୁଣା ହୋଇଥିବା ବେଳେ ସେହି ଗ୍ରାମରୁ ଜଣେ ଯୁବକ ପ୍ରତ୍ୟେକ ଦିନ ବୈତରଣୀ ନଦୀ ପାର ହୋଇ ଧାମନଗର ବ୍ଲକ ସୋହଡା ପଞ୍ଚାୟତର ବାଲିପଡା ଠାରେ ଥିବା ପୂର୍ଣ୍ଣିମା ମେଡିସିନ ଷ୍ଟୋରରେ ଔଷଧ ବ୍ୟବସାୟ କରୁଥିଲେ ।

ସମ୍ପୃକ୍ତ ଯୁବକ ସ୍ଥାନୀୟ କେତେକ ରାଜନୈତିକ ନେତାଙ୍କ ସହଯୋଗରେ ଔଷଧ ଦୋକାନ ଖୋଲୁଥିବା ବେଳେ ସୋହଡା ଅଞ୍ଚଳର ଲୋକେ ଉକ୍ତ ଯୁବକକୁ ବିରୋଧ କରିବା ସହିତ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ପୋଲିସ ପ୍ରଶାସନର ବାରଣ ସତ୍ୱେ ସମ୍ପୃକ୍ତ ଯୁବକ ଦୋକାନ ଖୋଲିବାରୁ ଧାମନଗର ତହସିଲଦାର ରଧାକାନ୍ତ ବାରିକ ଓ ଆଇଆଇସି ରତିକାନ୍ତ ଗିରି ତାକୁ ଦୋକାନରୁ ଉଠାଇନେବା ସହିତ ଧାମନଗର ଆଦର୍ଶ ବିଦ୍ୟାଳୟରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସଂଗରୋଧରେ ରଖିଥିଲେ ।

ସେଠାରେ ଦୁଇଦିନ ରହିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଧାମନଗର ଏନଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ଉକ୍ତ ଯୁବକଙ୍କୁ ଆଜି ଦଶରଥପୁର ବିଡିଓଙ୍କ ହସ୍ତାନ୍ତର କରିଥିବା ଜଣାଯାଇଛି । ଏହି ପଦକ୍ଷେପ ନିମନ୍ତେ ଧାମନଗର ତହସିଲଦାର ଓ ବିଡିଓଙ୍କୁ ସୋହଡା ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି ।

Leave A Reply