Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ଆର୍‍ଏମ୍‍ଆର୍‍ସି, ଭୁବନେଶ୍ୱରର ନିର୍ଦ୍ଦେଶକ ଡକଫର ସଂଘମିତ୍ରା ପତି ଆଜି ଗଣମାଧ୍ୟମକୁ ସୂଚନା

0

ଭୁବନେଶ୍ୱର : ୦୭ ମଇ,୨୦୨୦ :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‍ଫରେନ୍ସ ମାଧ୍ୟମରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶଦାତା ଏବଂ ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡକଫର କେ. ଶ୍ରୀନାଥ ରେzିଙ୍କ ସହ “କୋଭିଡ୍‍ରୁ ଶିକ୍ଷା-ଆମେ କ’ଣ ଶିଖିଲେ ଏବଂ କିପରି କୋଭିଡ୍‍ ଯୁଦ୍ଧ ଜିତିବା’ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଭିଡ଼ିଓ କନ୍‍ଫରେନ୍ସରେ ମନ୍ତ୍ରୀମଣ୍ଡଳର ମାନ୍ୟବର ସଦସ୍ୟବୃନ୍ଦ, ମୁଖ୍ୟ ଶାସନ ସଚିବ, ପୋଲିସ୍‍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀ, ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲୋ
 ଡ.ରେzି ଓଡ଼ିଶାର କୋଭିଡ-୧୯ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିବା ସହ ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶାର ପଦକ୍ଷେପ ଅନୁକରଣୀୟ ବୋଲି ମତବ୍ୟକ୍ତ କରିଥିଲୋ ଡ. ରେzି ପୁଣି କହିଥିଲେ, କରୋନା ଭାଇରସ୍‍ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ
ଉଦ୍ଭୁାବନ ହୋଇନାହିାଁ ସାମାଜିକ ଦୂରତା, ହାତର ପରିଚ୍ଛନ୍ନତା, ଆଖିର ସୁରକ୍ଷା ଏବଂ ମାସ୍କ ବ୍ୟବହାର ହିଁ କୋଭିଡ୍‍ ବିରୁଦ୍ଧରେ ସୁରକ୍ଷା କବଚ ସଦୃଶା ଗୋଷ୍ଠୀ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବା ସହ ବୟସ୍କମାନଙ୍କ ପ୍ରତି ଅଧିକ ଯନିବାନ ହେବାକୁ ଡ. ରେzି ପରାମର୍ଶ ଦେଇଥିଲୋ
 ମାନ୍ୟବର ମୁଖ୍ୟମନ୍ତ୍ରୀ ଡ. ରେzିଙ୍କ ଉପାଦେୟ ପରାମର୍ଶ ପାଇଁ ଧନ୍ୟବାଦ ଜଣାଇବା ସହ ତାଙ୍କର ଅଭିଜ୍ଞତା କୋଭିଡ୍‍-୧୯ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ କରିବ ବୋଲି ଆଶାପ୍ରକାଶ କରିଥିଲୋ
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାରେ ଅଟକି ରହିଥିବା ଲୋକମାନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇ-ପାସ୍‍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତିା ଆଗ୍ରହୀ ବ୍ୟକ୍ତି hଟ୍ଟଟ୍ଟଞ୍ଛଟ://cଞ୍ଚଠiଛ୧୯.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.in ପୋର୍ଟାଲରେ ଲଗ୍‍ଇନ୍‍ କରି ବାହାର ରାଜ୍ୟକୁ ଯିବା ପାଇଁ ଆବେଦନ କରିପାରିବୋ ଅନ୍‍ଲାଇନ୍‍ ଅନୁମତି ପରେ ସଂପୃକ୍ତ ବ୍ୟକ୍ତି ଓ ସେ ନେଉଥିବା ଯାନ ସଂପର୍କିତ ତଥ୍ୟାବଳୀ ଉଲ୍ଲେଖ ଥାଇ ଇ-ପାସ୍‍ ପ୍ରଦାନ କରାଯିବା ଏସ୍‍ଏମ୍‍ଏସ୍‍ ଓ ଇ-ମେଲ୍‍ ମାଧ୍ୟମରେ ଆବେଦନକାରୀଙ୍କୁ ଇ-ପାସ୍‍ ଦିଆଯିବା
 ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ କୋଭିଡ୍‍ ପରୀକ୍ଷଣ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଇଥିଲାା ଫଳ ସ୍ୱରୂପ ଗତକାଲି ସୁଦ୍ଧା ଓଡ଼ିଶାରେ ୫୦,୫୧୪ଟି ନମୁନା ପରୀକ୍ଷା ହୋଇଛିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଆଗାମୀ ଦିନରେ କୋଭିଡ୍‍ ପରୀକ୍ଷଣ ସଂଖ୍ୟା ଦୈନିକ ୧୫,୦୦୦କୁ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛିା
 ଓଡ଼ିଶାରେ ପହଞ୍ଚି ବର୍ଡର ଚେକ୍‍ ପଏଣ୍ଟରୁ ନିଜ ନିଜ ଜିଲ୍ଲାକୁ ଯାଉଥିବା ପ୍ରବାସୀ ଓଡ଼ିଆମାନେ ଯାତ୍ରା ମଝିରେ ବସ୍‍/ଯାନବାହନରୁ ରାସ୍ତାରେ ଓହ୍ଲାଇ ଯାଉଥିବା କାରଣରୁ ଜନସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏଭଳି ଓହ୍ଲାଇବା କିମ୍ବା ଚଢ଼ିବା ପାଇଁ ବାରଣ କରାଯାଇଛିା ଏହାର ଉଲ୍ଲଂଘନ କଲେ ସଂପୃକ୍ତ ବସ୍‍/ଯାନବାହନ ଏବଂ ଚାଳକଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ ସହିତ ବିହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳ, ମୁନିସିପାଲ୍‍ କମିଶନର, ପୁଲିସ୍‍ କମିଶନର, ଭୁବନେଶ୍ୱର-କଟକ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅବଗତ କରାଯାଇଛି ।
 ଗଞ୍ଜାମ, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ନୂଆ କୋଭିଡ୍‍-୧୯ ପଜିଟିଭ୍‍ ଚିହ୍ନଟ ହେଉଥିବା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାକୁ ରେଡ୍‍ ଜୋନ୍‍, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ୍‍ ଭାବରେ ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମାର୍ଗଦର୍ଶିକା କଡାକଡି ଅନୁପାଳନ ନିମନ୍ତେ ସମ୍ପୃକ୍ତ ଜିଲ୍ଲା/ମୁନିସିପାଲ କର୍ପୋରେସନକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
 ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା
ଫେରୁଛନ୍ତିା ଆଜି ୪୨୨୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩୯,୭୬୫ ଜଣ ଫେରିଛନ୍ତିା ସେମାନେ ବସ୍‍, ଟ୍ରେନ୍‍ ଓ ଅନ୍ୟ ଯାନବାହନରେ ଆସୁଛନ୍ତିା
 କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୨,୪୬୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ପାଖାପାଖି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛିା
 ଆଜି ରାଜ୍ୟର ୪୯୭୯ ଗ୍ରାମ ପଞ୍ଚାୟତରେ ୩,୧୯,୧୨୧ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୩୩,୭୭୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୬ରୁ ମଇ ୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୩ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‍ କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୫୪ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୦୫୧୪ ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୦୯ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
୬୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
୨ ଜଣ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୪୫ ରହିଛିା
୨୭୨ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Leave A Reply