ଭୁବନେଶ୍ୱର : ୦୭ ମଇ,୨୦୨୦: ରାଜ୍ୟରେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ଯୋଗୁଁ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଥିବା ବେଳେ ରାଜ୍ୟ ସରକାର କୃଷି କାର୍ଯ୍ୟକୁ ଲକଡାଉନ କଟକଣାରୁ ମୁକ୍ତ ରଖିଛନ୍ତି । ରାଜ୍ୟର ଅର୍ଥନୀତିରେ କୃଷିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିବାରୁ ଏବଂ ରାଜ୍ୟର ଖାଦ୍ୟ ନିରାପତ୍ତା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ଚାଷ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ କୃଷି ସାମଗ୍ରୀଗୁଡ଼ିକ ଚାଷୀମାନଙ୍କ ପାଇଁ ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ବିଭିନ୍ନ ପ୍ୟାକସ୍, ଲ୍ୟାମ୍ପସ ଜରିଆରେ ଚାଷୀମାନଙ୍କୁ ସାର ଓ ବିହନ ଆଦି ଯୋଗାଇ ଦିଆଯାଉଥିବା ବେଳେ ଏଗୁଡିକୁ ପର୍ଯ୍ୟାପ୍ତ ପରିମାଣଷର ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ସାର ଓ ବିହନର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ସମବାୟ ସମିତି ସମୂହର ନିବନ୍ଧକଙ୍କ ସମେତ ମାର୍କଫେଡ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଖରିଫ ଋତୁରେ ଆବଶ୍ୟକ ହେଉଥିବା ସାର ପର୍ଯ୍ୟାପ୍ତ ପରିମାଣରେ ଯଥାଶୀଘ୍ର ପ୍ୟାକ୍ସକୁ ପହଞ୍ଚାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲୋ ଏଥିସହିତ ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ପ୍ୟାକସ୍ଗୁଡ଼ିକୁ ବିହନ ଯୋଗାଣ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଗୁଡ଼ିକ ପରିବହନରେ ଯେପରି ଅସୁବିଧା ନହୁଏ ଏବଂ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇ ପାରିବ ସେଥିପ୍ରତି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ ।
ଏଥିସହିତ କୃଷି ଓ କୃଷକ ସଶକ୍ତକରଣ ବିଭାଗ ସହିତ ନିୟମିତ ସମନ୍ୱୟ ରଖି କୃଷି କାର୍ଯ୍ୟକୁ ଅଗେଇ ନେବା ପାଇଁ ମନ୍ତ୍ରୀ ଶ୍ରୀ ପରାମର୍ଶ ଦେଇଥିଲେ ।