ଧାମନଗର (Basudev tripathy) ଓଡିଶାକୁ ଫେରୁଥିବା ପ୍ରବାସୀ ଓଡିଆ ମାନେ ବିଭିନ୍ନ ପଞ୍ଚାୟତରେ ୧୪ଦିନିଆ କ୍ୱାରେନଟିନରେ ରହୁଥିବା ବେଳେ କେତେକ ସ୍ଥାନରେ ସେମାନେ ଉଶୃଙ୍ଖଳ ଆଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଧାମନଗର ଆଦର୍ଶ ବିଦ୍ୟାଳୟରେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ।
ଗତ ବୁଧବାର ରାତିରେ ଧାମନଗର ବିଡିଓ ଦୁର୍ଗା ଚରଣ ମୁର୍ମୁ ଧାମନଗର ଆଦର୍ଶବିଦ୍ୟାଳୟରେ ଥିବା କ୍ୱାରେଣ୍ଟିନ ସେଣ୍ଟରରେ କେତେକ ପ୍ରବାସୀ ଓଡିଆଙ୍କୁ ରଖିବା ପାଇଁ ଯାଇଥିଲେ । ରାତି ପ୍ରାୟ ୧୧ଟା ୪୫ମିନିଟ ସମୟରେ କ୍ୱାରେନଟିନରେ ଥିବା ଯୁବକ ମାନଙ୍କ ସହିତ ବିଡିଓ ଶ୍ରୀ ମୁର୍ମୁଙ୍କର କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ପରବର୍ତ୍ତି ସମୟରେ ଉଗ୍ର ରୂପ ନେଇଥିଲା ।
ବିଡିଓଙ୍କୁ ସମ୍ପୃକ୍ତ ଯୁବକ ମାନେ ଦୀର୍ଘ ସମୟ ଅଟକାଇ ରଖିଥିଲେ । ପରେ ବିଡିଓ ଶ୍ରୀ ମୁର୍ମୁ ସେଠାରୁ ଆସି ଧାମନଗର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧାମନଗର ଥାନା ଆଇଆଇସି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ତେବେ ଖବର ଲେଖା ହେବା ବେଳକୁ ଏ ସମ୍ପର୍କରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।