Odisha news

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି ପାଇଁ ୩୦ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ

0

ଭୁବନେଶ୍ୱର : ୦୭ ମଇ,୨୦୨୦: ଆଜି ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍  ପାଣ୍ଠି ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ଲୋକସେବା ଭବନରେ ୩୦ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରାଯାଇଛିା ଚେକ୍‍ ପ୍ରଦାନବେଳେ ସଂଘର ଆକ୍ସନ୍‍ କମିଟି ଚେୟାରମ୍ୟାନ ଇଂ. ନିର୍ମଳ ଚନ୍ଦ୍ର ସ୍ୱାଇଁ, ଉପଦେଷ୍ଟା ଇଂ. ନରେନ୍ଦ୍ର କୁମାର ନାୟକ, ସଭାପତି ଇଂ. ପ୍ରଦୀପ କୁମାର ପାତ୍ର, ସାଧାରଣ ସଂପାଦକ ଇଂ. ଯଶୋବନ୍ତ ନାୟକ, ଉପସଭାପତି ଇଂ. ଶ୍ରୀଧର ବାରିକ ଏବଂ
ଭୁବନେଶ୍ୱର ଶାଖା ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲୋ  ଉଲ୍ଲେଖ ଥାଉ କି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ସାରା ରାଜ୍ୟରେ କାର୍ଯ୍ୟରତ ସଂଘର ସଭ୍ୟସଭ୍ୟାମାନେ ସ୍ୱତଃସ୍ପୁର୍ତ୍ତ ଭାବେ ଏହା ପ୍ରଦାନ କରିଛନ୍ତିା ଦ୍ୱିତୀୟ ଦଫାରେ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି ପାଇଁ ଅନୁଦାନ ସଂଗ୍ରହ ଜାରି ରହିଛି, ଯାହାକି ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବା କୋଭିଡ୍‍-୧୯କୁ ନିୟନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଟାକୁ ସଂଘ ସର୍ବୋତ୍ତ ଭାବେ ସମର୍ଥନ କରି ଧନ୍ୟବାଦ୍‍ ଅର୍ପଣ କରିଛନ୍ତିା

Leave A Reply