Odisha news

ମୁଗ, ବିରି, ଚିନାବାଦମ, ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ଜୁଲାଇ ୩୦ ତାରିଖକୁ ବୃଦ୍ଧି: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0

ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯାଉଛିା ଏଥି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଜୁଲାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛିା କରୋନା ଭୂତାଣୁ(କୋଭିଡ୍‍-୧୯) ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଲକ୍‍ ଡାଉନ୍‍ ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନାମ ପଞ୍ଜୀକରଣକୁ ସୁଗମ କରିବା ନିମନ୍ତେ ସମୟସୀମା ମଇ ୭ ତାରିଖରୁ ଜୁଲାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା

ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ କରାଯିବା ଚାଷୀ ଚିହ୍ନଟ ଓ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଯଥା ବ୍ୟାଙ୍କ ପାସ୍‍ବୁକ୍‍ର ପ୍ରଥମ ପୃଷ୍ଠା, ଚାଷ ଜମିର ଦଲିଲ ଏବଂ ଜମି ପରିମାଣର କାଗଜପତ୍ର ଆବଶ୍ୟକା ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା

ରାଜ୍ୟରେ ମଇ ୭ ତାରିଖରୁ ମାର୍କଫେଡ୍‍ ଦ୍ୱାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପି.ଏସ୍‍.ଏସ୍‍) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବା ନାଫେଡ୍‍ ପକ୍ଷରୁ ରାଜ୍ୟରେ ମାର୍କଫେଡ୍‍ ବିଭିନ୍ନ ପ୍ୟାକ୍ସ, ଲ୍ୟମ୍ପସ୍‍, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରିବା ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚଳିତ ମଇ ୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବା ଅଧିକ ଉତ୍ପାଦନ ହେଉଥିବା ରାଜ୍ୟର ୧୬ଟି ଜିଲ୍ଲାରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଡାଲି, ତୈଳବୀଜ ସଂଗ୍ରହ କରାଯିବା

ଚାଷୀମାନଙ୍କ ଅବଗତି ନିମନ୍ତେ ସଂଗ୍ରହ କେନ୍ଦ୍ର ଓ ସଂଗ୍ରହ ତାରିଖ ତଥା ସମୟ ବାବଦରେ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଇଛିା କୋଭିଡ୍‍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଏବଂ ସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ୱ ଏବଂ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ କଡ଼ାକଡ଼ି ଭାବରେ ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛିା

Leave A Reply