ଭଞ୍ଜନଗର : ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗୁଟୁକା ତିଆରି କଞ୍ଚାମାଲ ଜବତ କଲା ଗାଙ୍ଗପୁର ପୋଲିସ । ପୁର୍ବରୁ ସପ୍ତାହତଳେ ଗାଙ୍ଗପୁର ପୋଲିସ ଥାନା ଇଲାକାରୁ ପାଖାପାଖି ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଗୁଟୁକା ଓ ଗୁଟୁକା ତିଆରି ସରଞ୍ଜାମ ପୋଲିସ ଜବତ କରିଥିଲା । ଏବେ ପୁଣିଥରେ ଗାଙ୍ଗପୁର ଥାନା ଇଲାକାରେ ଗୁଟୁକା ଜବତ କରାଯିବା ଘଟଣା ଜନସାଧାରଣଙ୍କୁ ବିଚଳିତ କରିଛି । କାରଣ ମୁନାଫାଖୋର ବ୍ୟବସାୟୀମାନେ ଲକ୍ ଡାଉନ୍ର ସୁଯୋଗ ନେଇ ଏବେ ବିପୁଳ ପରିମାଣର ନକଲି ଗୁଟୁକା ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି । ଏହାର ପ୍ରଭାବରେ ସାଧାରଣ ଗରୀବ ଲୋକମାନଙ୍କ ସ୍ୱାସ୍ଥ୍ୟଗତ ସମାସ୍ୟା ଦେଖାଦେବା ଆଶଙ୍କା ରହିଛି ।
ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଦାଶଙ୍କ ସୁଚନା ପ୍ରକାରେ ଉକ୍ତ ଇଲାକାରେ ଜଣେ ଗୁଟୁକା ପ୍ରସ୍ତୁତକାରୀ ମୁନାଫାଖୋର ବ୍ୟବସାୟୀ ଏବେ ପୋଲିସ ପ‚ାରେ ରହିଛି । ସପ୍ତାହକତଳେ ତା ନିକଟରୁ ବିପୁଳ ପରିମାଣର ଗୁଟୁକା ଓ ଗୁଟୁକା ତିଆରି ସରଞ୍ଜାମ ଜବତ ହୋଇଥିଲା ।ଆଉ ଏବେ ପୁଣିଥରେ ତାନିକଟରୁ ସୁଚନା ପାଇବାପରେ ପୋଲିସ ନିମିନା ଓ ବି‚ଣା ଗ୍ରାମରେ ଚଢାଉ କରି ପୁଣିଥରେ ବିପୁଳ ମାତ୍ରାରେ ଗୁଟୁକା ତିଆରି କଞ୍ଚାମାଲ ଜବତ କରିଛି । ଏତେ ପରିମାଣର କଞ୍ଚାମାଲ ଦେଖି ପୋଲିସ ତାଜୁବ ହୋଇପଡିଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି । ନକଲି ଗୁଟୁକା ପ୍ରସ୍ତୁତକାରୀ ଅତି ଚତୁରତାର ସହ ବି‚ଣାଠାରେ ଥିବା ଭଞ୍ଜନଗର ଆରଏମସିର ଗୋଦାମ ଗୃହକୁ ଭଡାକୁ ନେଇ ଏଥିରେ ଗୁଟୁକା ପ୍ରସ୍ତୁତ କରୁଥିବା ଜଣାପଡିଛି । ଏଠାରୁ ମଙ୍ଗଳବାର ବିପୁଳ ପରିମାଣର କଞ୍ଚାମାଲ ଜବତ ହେବାପରେ ଏହା ସ୍ପଷ୍ଟ ହୋଇଯାଇଛି । ଆଜି ଜବତ ହୋଇଥିବା ଜିନିଷ ମଧ୍ୟରେ ୩୫୦ ପ୍ୟାକେଟ ଧୂଆଁପତ୍ର ସହ ମାଛ ଛାପ ଖଇନି ଲେବୁଲ ରହିଥିବା ଖାଲି ପାଉଚ ବିପୁଳ ପରିମାଣରେ ଜବତ କରାଯାଇଛି । ଏଥିରେ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରୀ ରହିଛିବୋଲି ଗାଙ୍ଗପୁର ଥାନା ଅଧିକାରୀ ଦାଶ ସୁଚନା ଦେଇଛନ୍ତି ।