ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଦିବ୍ୟାଙ୍ଗ ମହାସଂଘର ସଭାପତି ବିଶିଷ୍ଟ ସମାଜସେବୀ ଅରୁଣ କୁମାର ବେହେରାଙ୍କ ଜନ୍ମଦିବସରେ ଶୁଭ ଅବସରରେ ବାରିପଦାର ରକ୍ତ ଭଣ୍ଡାର ଠାରେ ଏକ ବିରାଟ୍ ଦିବ୍ୟାଙ୍ଗ ମାନଙ୍କର ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗଦେଇ ଫିତାକାଟି ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଦିବ୍ୟାଙ୍ଗ ମାନଙ୍କର ରକ୍ତଦାନ ମହତ୍ୱ ଦାନ କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିବା ସହିତ ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରାଙ୍କ କାର୍ଯ୍ୟଶୈଳିକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିୟର ରେଡକ୍ରସର ଜିଲ୍ଲା ସଂଯୋଜକ ଡଃ ଶଶିଧର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ଜାଗ ମୟୂରଭଞ୍ଜ ଜାଗର ସଭାପତି ସୋନାଲି ପ୍ରିୟଦର୍ଶନୀ ବେହେରା ଓ ପ୍ରତିମା ତୁଙ୍ଗଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳିତ ହେବା ସଙ୍ଗେ ସଙ୍ଗେ ଓଡିଶା କୃଷିନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଡଃ ସୁମିତ୍ରା ସୋରେନ୍, ଡଃ ଦେବାଶିଷ ମାରାଣ୍ଡିଙ୍କର ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମକୁ ଅଧିକ ଉସôାହିତ କରିବା ସଙ୍ଗେ ସଙ୍ଗେ ୩୦ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସମାସସେବୀ ଅରୁଣ କୁମାର ବେହେରାଙ୍କର ଚିନ୍ତାଧାରକୁ ସମସ୍ତେ ଅଶେଷ ପ୍ରଶଂସା କରିବା ସହିତ ଦିବ୍ୟାଙ୍ଗ ଭିତରେ ଏକ ନୂତନ ଉସôାହ ସୃଷ୍ଟି ହୋଇଥିଲା ଜିଲ୍ଲା ଏପ୍ରକାର କାର୍ଯ୍ୟଧାରାକୁ ବୁଦ୍ଧିଜୀବିମାନେ ଉଚ୍ଚ ପ୍ରଶଂସା କରିଥିଲେ । ରକ୍ତଭଣ୍ଡାର ସମସ୍ତ କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କୁ ନେଇ ଏହି ରକ୍ତଦାନ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ସମାଜସେବୀ ଅରୁଣ ବେହେରା ସୂଚନା ଦେଇଛନ୍ତି ।