ପ୍ରଧାନମନ୍ତ୍ରୀ ନେଲେ କୋଭିଡ-୧୯ ଟୀକାର ପ୍ରଥମ ଡୋଜ୍ , ଭାରତକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟୀକା ନିଅନ୍ତୁ : ସମୀର ମହାନ୍ତି
ସ୍ୱଦେଶୀ କୋଭିଡ ଟୀକା ନେଇ ଡାକ୍ତର, ନର୍ସ, ବୈଜ୍ଞାନିକଙ୍କ ସମେତ ସାରା ଦେଶବାସୀଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର,ତା.୦୧/୦୩: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲଠାରେ କୋଭିଡ-୧୯ ଟୀକାର ପ୍ରଥମ ଡୋଜ ନେଇଛନ୍ତି । ମାଗଣାରେ କିପରି ଦେଶର ସମସ୍ତ ଜନତା କୋଭିଡ ଟୀକା ନେବେ ସେ ନେଇ ମଧ୍ୟ ଭାରତ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ସ୍ୱଦେଶୀ କୋଭିଡ ଟୀକା ନେଇ ଡାକ୍ତର, ନର୍ସ, ବୈଜ୍ଞାନିକଙ୍କ ସମେତ ଦେଶବାସୀଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅନୁପ୍ରାଣିତ ହୋଇ ଭାରତୀୟ ବୈଜ୍ଞାନିକମାନେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କୋଭାକ୍ସିନ କରୋନା ଟୀକାର ବିକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କରାଯାଇଥିଲା । କରୋନା ଯୋଦ୍ଧାଙ୍କୁ ଟୀକାକରଣ ପରେ ଆଜିଠୁ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ଟୀକାକରଣ କରାଯାଇଛି । ଆଗାମୀ ଦିନରେ ଭାରତକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟୀକା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
କରୋନା ମହାମାରୀ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ଓ ସମୟୋପଯୋଗୀ ପଦକ୍ଷେପକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପ୍ରଶଂସା କରିଛନ୍ତି । କରୋନା ସମୟରେ ଯେପରି ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ମାନି ବିଭିନ୍ନ ନିୟମକୁ ପାଳନ କରିଥିଲେ ଠିକ୍ ସେହିପରି ଆମେ ଟୀକାକରଣକୁ ନେଇ ମନରେ କୌଣସି ଆଶଙ୍କା ନରଖି ଟୀକା ନେବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
From time to time your doctor will need to examine the injection site to detect any abnormal thickening of the tissues of your penis and may need to change your dose of CAVERJECT Impulse. cialis Check with your doctor as soon as possible if you have any problems while using CAVERJECT Impulse, even if you do not think the problems are connected with the medicine or are not listed in this leaflet.