This can prevent nerve signals from reaching the penis which means that blood flow stops. cialis south africa If the man still gets erections in his sleep that is to say, unconsciously , we can say that his erection problems are psychological.
ତେନ୍ତୁଳିଖୁଣ୍ଟି– ସର୍ବହରା କରିଦେଲା ଏସିଆ ବୃହତ୍ତମ ଜଳ ଭଣ୍ଡାର ବୋଲାଉ ଥିବା ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ପରିବାର ର ଏକ ଉଦାହରଣ। ୧୭୫ ଏକର ରୁ ଉର୍ଦ୍ଧ ଜମିର ମାଲିକ ଏବେ ମୂଲିଆ। ଦିନେ ଯାହା ଘରେ ଶହ ଶହ ଶ୍ରମିକ କାମ କରୁଥିଲେ ବର୍ତ୍ତମାନ ସେ ନିଜେ ଅନ୍ୟ ଘରେ ମୂଲିଆ । ଏ ହେଉଛି ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ଙ୍କ ଦୁଃଖ । ଏଭଳି ଜଣେ ବିସ୍ଥାପିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ସହର ଫଟାଗୁଡାର ଗ୍ରାମର ବ୍ରଜ ସୁନ୍ଦର ବିଷୋୟୀ ।ଯେ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପାଇଁ ୧୭୫ ଏକର ଜମି ନିଜ ପୈତୃକ ସମ୍ପତ୍ତି ହରାଇ ସେ ବାବଦ କୁ ଉପଯୁକ୍ତ କ୍ଷତିପୂରଣ ନ ପାଇ ବର୍ତ୍ତମାନ ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ପୁଅ ମାନେ ବାହାର ରାଜ୍ୟ ରେ ଦାଦନ ଖଟିବାକୁ ଯାଇଛନ୍ତି ।
ଦେହରେ ପୁରୁଣା ବସ୍ତ୍ର ହାତରେ କଦାଳ ଧରି ଜମିରେ ଶ୍ରମିକ ସାଜି କାମ ତା ସହିତ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଚାଳ ଛପରର ଘର ଓ କାଠ ଚୁଲି ରେ ରୋଷେଇ କରିବାରେ ବ୍ୟସ୍ତ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦ୍ରାବତୀ ଜଣେ ବିସ୍ଥାପିତ । ନାମ ବ୍ରଜ ସୁନ୍ଦର ବିଷୋୟୀ । ବୟସ ୭୦ ବର୍ଷ ରୁ ଉର୍ଦ୍ଧ । ବୟସ ର ସାୟାହ୍ନ ରେ ନିଜ ସ୍ତ୍ରୀ ଙ୍କ ସହିତ ଶ୍ରମିକ ସାଜିଥିବା ବ୍ରଜ ଙ୍କଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ କିନ୍ତୁ ବାସ୍ତବ ସ୍ଥିତି ଥିଲା ଠିକ ଓଲଟା । ବ୍ରଜ ଙ୍କ ପୈତୃକ ସମ୍ପତ୍ତି ଥିଲା ୧୭୫ ଏକରରୁ ଉର୍ଦ୍ଧ ଜମି । ତେନ୍ତୁଳିଖୁଣ୍ଟି ବ୍ଲକ ମୁଣ୍ଡିଗୁମ୍ମା ଗ୍ରାମରେ ୯୩ଏକର, ମୁଣ୍ଡାଗୁଡା ରେ ୫ .୮୧ ଏକର ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ର ଆମ୍ବଗୁଡା ଗ୍ରାମରେ ଥିଲା ୮୦ ଏକର ଜମି । ଦୈନିକ ଶହ ଶହ ଶ୍ରମିକ ଜମିରେ ମୂଲ ଲାଗୁଥିଲେ । ଧାନ ଚାଉଳ ରେ ଘର ଭରି ଉଠୁଥିଲା ।
ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ କିନ୍ତୁ ନିମିଶକ ମଧ୍ୟରେ ବଦଳାଇଦେଲା ବ୍ରଜ ଙ୍କ ପରିବାର ର ଚିତ୍ର । ଭାଗ୍ୟକାଶରେ ଘୋଟିଆସିଥିଲା ଅଜଣା ଅନ୍ଧକାର । ସବୁ ହରାଇବା ପରେ ଚାଳ ଛପର ଦଦରା ଘର ପାଲଟିଛି ସାହା ଭରସା । ଦିନେ ଯାହାଙ୍କ ଘରେ ଧାନ ଚାଉଳ ରେ ପୁରି ଉଠୁଥିଲା ବର୍ତ୍ତମାନ ତାଙ୍କୁ ସରକାର ଙ୍କ ପ୍ରଦତ୍ତ ପିଡ଼ିଏସ ଚାଉଳ ପାଇଁ ଲଗାଇବାକୁ ପଡୁଛି ଲମ୍ବା ଲାଇନ । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ଘୋଷଣା ପରେ ୧୯୮୬ ମସିହାରେ ଜମି ହରାଇଥିବାରୁ ମୁଣ୍ଡିଗୁମ୍ମା ଗ୍ରାମରେ ଥିବା ୯୩ . ୨୭ ଏକର ଜମି ଓ ମୁଣ୍ଡାଗୁଡା ରେ ଥିବା ୫.୮୧ ଏକର ଜମି ପାଇଁ ୧ ଲକ୍ଷ ୪୧ ହଜାର ୩୮୭ ଟଙ୍କା ୬୦ ପଇସା ।
ଏହାସହ ଆମ୍ବଗୁଡା ଗ୍ରାମରେ ଥିବା ୮୦ ଏକର ଜମି ପାଇଁ ୬୪ ହଜାର ୮୬୧ ଟଙ୍କା ୮୦ ପଇସା କ୍ଷତିପୂରଣ ମିଳିଥିବା ବ୍ରଜ କହିଛନ୍ତି । କିନ୍ତୁ ଆମ୍ବଗୁଡା ରେ ବିଷୋୟୀ ପରିବାର ର ୨୧ ଏକର ଜମି ଅଧିଗ୍ରହଣ କରାଯାଇ ସେ ବାବଦ କୁ ୬୪ ହଜାର ୮୬୧ ଟଙ୍କା ୮୦ ପଇସା ପ୍ରଦାନ କରାଯାଇଥିବା ରେକର୍ଡ ରେ ଦର୍ଶାଯାଇଛି । ତେବେ ୧୭୫ ଏକର ଜମି ହରାଇ ପ୍ରତିବଦଳରେ ପାଇଥିବା ଏହି କ୍ଷତିପୂରଣ ଟଙ୍କା ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ଥିଲା ବୋଲି ବ୍ରଜ କହିଛନ୍ତି । ଏହାସହ ସ୍ଥାନନ୍ତର ହୋଇଥିବା ଫଟାଗୁଡା ଗ୍ରାମରେ ଘର କରିବା ଓ ଜମି କିଛି ଅର୍ଥ ପ୍ରଦାନ କରାଯାଇଥିବା ବ୍ରଜ ପ୍ରକାଶ କରିଛନ୍ତି । ଇନ୍ଦ୍ରାବତୀ ପ୍ରକଳ୍ପ ସର୍ବହରା କରିଦେଇଥିବା ବ୍ରଜ ଅଭିଯୋଗ କରିଛନ୍ତି। ନିଜେ ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ବୟସର ଅପରାହ୍ନରେ ପେଟ ପାଇଁ ଦାନା ଯୋଗାଡିବାରେ ବ୍ୟସ୍ତ ଥିବା ବେଳେ ପୁଅ ମାନେ ବାହାର ରାଜ୍ୟ ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି ବ୍ରଜ । ବିସ୍ଥାପିତ ପରିବାର ଙ୍କୁ ଉପଯୁକ୍ତ ଥଇଥାନ ଓ ଅନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ସରକାର ପ୍ରତିଶୃତି ଦେଇଥିବା ବେଳେ କିନ୍ତୁ ଆଜି ସୁଦ୍ଧା କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି ବ୍ରଜ ।
ବହୁତ ଦାବି ଓ ଆନ୍ଦୋଳନ ପରେ ଗତବର୍ଷ ସରକାର ଙ୍କ ତରଫରୁ ରାଶନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିବା ବ୍ରଜ କହିଛନ୍ତି । ସରକାର ଙ୍କ ପ୍ରତିଶ୍ରୁତି ରେ ବିଶ୍ୱାସ କରି ସକଳ ସମ୍ପତ୍ତି ତ୍ୟାଗ କରି ଫଟାଗୁଡା କୁ ଆସିଥିବା ବେଳେ କିନ୍ତୁ ପ୍ରକଳ୍ପ ନିର୍ମାଣ ସମୟରେ ସରକାର ଦେଇଥିବା ନିଜ ପ୍ରତିଶ୍ରୁତି ପାଳନ କରିନଥିବା କ୍ଷୋଭ ର ସହ ପ୍ରକାଶ କରିଛନ୍ତି ବ୍ରଜ ।
ବିସ୍ଥାପିତ ପରିବାର ଙ୍କୁ ସରକାର ଉପଯୁକ୍ତ ଥଇଥାନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା କହି ପ୍ରାୟ ୪୦ ବର୍ଷ ପ୍ରତିଶୃତି ପାଳନ କରିନଥିବାରୁ ବିସ୍ଥାପିତ ପରିବାର ର ଏଭଳି ହୋଇଥିବା ବୁଡି ଅଞ୍ଚଳ ବିକାଶ ପରିଷଦ ତରଫରୁ ଅଭିଯୋଗ ହୋଇଛି । ଯଦି ଆଗାମୀ ଦିନରେ ଯଥାଶୀଘ୍ର ସରକାର ବିସ୍ଥାପିତ ଙ୍କ ନିଜ ଦେଇଥିବା ପ୍ରତିଶୃତି ପାଳନ ନିମନ୍ତେ ପଦକ୍ଷେପ ନ ନିଅନ୍ତି ତେବେ ବିସ୍ଥାପିତ ପରିବାର ଲୋକେ ନଦୀ ରେ ଡେଇଁବେ ବୋଲି ଧମକ ଦେଇଛନ୍ତି । ଅପରପକ୍ଷରେ ବ୍ରଜ ଙ୍କ ସମସ୍ୟା ବିଷୟରେ ଅବଗତ ନ ଥିଲେ ବର୍ତ୍ତମାନ ଅବଗତ ହେଲେ ଆଗାମୀ ଦିନରେ ଖୁବ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।
ତେବେ ଦେଖିବାକୁ ବାକି ରହିଲା କେବେ ଦୂର ହେବ ବ୍ରଜ ଙ୍କ ଦୁଃଖ କେବେ ହସି ଉଠିବ ବସ୍ଥାପିତ ପରିବାର ସୁଖ ।