ମହାତ୍ମା ବିଦୁର ଜଣେ ଜ୍ଞାନୀ ଓ ଗୁଣି ବ୍ୟକ୍ତି ଥିଲେ l ତାଙ୍କର ସମସ୍ତ ବାଣୀ ଓ ନୀତିଶାସ୍ତ୍ରରେ ଜୀବନକୁ ନେଇ ବିଭିନ୍ନ ପ୍ରକାରର ଉପଦେଶ ରହିଛି l ଯାହା ଆମ ଜୀବନକୁ ଉଦ୍ଜୀବିତ କରିବାରେ ସହାୟକ ଅଟେ l ଶାସ୍ତ୍ରରେ ଏପରି କିଛି କଥା ରହିଛି ଯାହା ଆମର ଦୈନନ୍ଦିନ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥାଏ l ଆଜିର ବିଦୁର ନୀତିରେ କୁହାଯାଇଛି ଯେ କେଉଁଭଳି ଲୋକଙ୍କ ପାଖରେ ଧନର କମି ନଥାଏ ଓ ସେମାନଙ୍କର ବିପତି ମଧ୍ୟ ଟଳି ଯାଇଥାଏ l
* ଯେଉଁ ବ୍ୟକ୍ତି ମାନଙ୍କ ମନରେ ସବୁବେଳେ ଉପକାର କରିବାର ଭାବନା ଥାଏ ,ସେମାନଙ୍କର ଅସୁବିଧା ଆପେ ଆପେ ଦୂର ହୋଇଯାଏ l ଏହିଭଳି ଲୋକମାନଙ୍କ ପାଖରେ ଧନର ଅଭାବ ଦେଖା ଯାଏନାହିଁ l ବିଦୁରଙ୍କ ନୀତିରେ ପରୋପକାରରେ ଲୁଚି ରହିଛି ଜୀବନର ପ୍ରକୃତ ସାରାଂଶ l
* ଯେଉଁ ବ୍ୟକ୍ତି ସର୍ବଦା ପରୋପକାର ସହିତ ଅନ୍ୟର ସମ୍ମାନ କରିପାରେ ତା ପାଖରେ ଧନର ଅଭାବ ରୁହେନାହିଁ l ଗୁରୁଜନ ମାନଙ୍କର ସମ୍ମାନ କରିବା ଜୀବନରେ ନିତାନ୍ତ ଆବଶ୍ୟକ l କାରଣ ସେମାନଙ୍କ ଆଶୀର୍ବାଦ ରହିଲେ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ l
* ବିଦୁରଙ୍କ ନୀତିରେ ସବୁବେଳେ ଖାଦ୍ୟର ସମ୍ମାନ କରିବା ଆବଶ୍ୟକ l ଖାଦ୍ୟ ଭଲ ହେଇଥାଉ କି ଖରାପ ତାହାକୁ ଆଗ୍ରହର ସହକାରେ ଖାଇଲେ ବା ଗ୍ରହଣ କଲେ ମତ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ଓ ଆପଣଙ୍କ ନିକଟରେ ଧନର ଅଭାବ ରହିବ ନାହିଁ l
* ବିଦୁରଙ୍କ ନୀତିରେ ଯେଉଁ ଘରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ସ୍ନେହ ଓ ଶାନ୍ତି ଥାଏ ସେହିଭଳି ଘରେ କେବେବି ଧନର ଅଭାବ ରୁହେନାହିଁ l ଯେଉଁ ଘରେ ସବୁବେଳେ କଳହ ଲାଗିଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତିନାହିଁ l