Odisha news

ଏଗାର ଜଣ କୁଖ୍ୟାତ ଆନ୍ତ ଜିଲ୍ଲା ଡକାୟତ ଗିରଫ : ଷୋହଳ  ଖଣ୍ଡା, ଦୁଇଟି ବନ୍ଧୁକ, ସାତ ବମ ସମେତ 18ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ବିପୁଳ ସୁନା ଓ ରୁପା ଜବତ.

0

ପିପିଲି : .ପିପିଲି, ନିମାପଡା, କୋଣାର୍କ, ଅସ୍ତରଙ୍ଗ, ବଳଙ୍ଗା ଥାନା ର ଏକ ମିଳିତ ସ୍ୱତନ୍ତ୍ର ପୋଲିସ ଟିମ ର ଏକ ମାସର ପ୍ରଚେଷ୍ଟାରେ ପୁରୀ ଜିଲ୍ଲା ସମେତ ଜିଲ୍ଲାର ଅନ୍ୟାନ୍ୟ ଜିଲ୍ଲାରେ ଡକାୟତି କରି ଆତଙ୍କ ସୃଷ୍ଟିକରି ଥିବା ଏଗାର ଜଣ ଡକାୟତ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଷୋହଳ ଟି ଖଣ୍ଡା, ଦୁଇ ବନ୍ଧୁକ, ସାତଟି ବୋମା ସମେତ ଅଠର ଲକ୍ଷ ଷୋହଳ ହଜାର ଟଙ୍କା,462ଗ୍ରାମ ସୁନା,566ଗ୍ରାମ ରୁପା ଏବଂ ଡକାୟତି ରେ ବ୍ୟବହୃତ ଗୋଟିଏ ସ୍କୋପ୍ରିୟ ଗାଡି, ଗୋଟିଏ ବାଜାଜ ପଲସର ବାଇକି ଜବତ କରିବାରେ ସଫଳ ହୋଇଛନ୍ତି. ପୁରୀ ଏସ ପି ପିନାକ ମିଶ୍ର ପିପିଲି ଥାନାରେ ଆୟୋଜିତ ସାମ୍ବାଦିକ ସମିଳନୀରେ କହିଛନ୍ତି ବଳଙ୍ଗା ଥାନା ସରସ୍ୱତିପୁର ର ରବୀନ୍ଦ୍ର କୁମାର ମହାପାତ୍ର, କୋଣାର୍କ କୁଞ୍ଜମଠ ର ବାଉରୀବନ୍ଧୁ ମାଣିକ, ଅସ୍ତରଙ୍ଗ ଥାନା ଆଳସାହି  ର ବିଷ୍ଣୁ ଚରଣ ମଲିକ ଙ୍କ ଅଭିଯୋଗ କ୍ରମେ  ହୋଇଥିବା ଡକାୟତି ର ତଦନ୍ତ କରିବା ପାଇଁ ନିମାପଡା ଏସ୍ଡ଼ିପିଓ ପ୍ରଭାତ କୁମାର ମଲିକ, ପିପିଲି ଏସ୍ଡ଼ିପିଓ ବିରଞ୍ଚି ନାରାୟଣ ପତି, ପିପିଲି ଆଇଆଇସି ଦୀପକ ଖଣ୍ଡାୟତରାୟ, ଏସ ଆଇ ମମତା ବିଶ୍ୱାଳ, ଙ୍କ ସହ ଅସ୍ତରଙ୍ଗ,କୋଣାର୍କ,ବଳଙ୍ଗା ଥାନା ଅଧିକାରୀ ମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ବିଭିର୍ଣ୍ଣ ସ୍ଥାନରେ ଚଢ଼ାଉ କରି ସମୃକ୍ତ ଡକାୟତ ଙ୍କୁ ଗିରଫ କରିବା ସହିତ ଉକ୍ତ ଅସ୍ତ୍ର ଶସ୍ତ୍ର, ଟଙ୍କା, ସୁନା, ରୁପା ଜବତ କରିଛନ୍ତି. ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପିପିଲି ଥାନା ପିପିଲି ଭବାନୀପୁର ର ହାଫିଜ ଖାନ,ମହମଦ ଅରମାନ ସାହା, ନରସିଂହପୁର ୱାର୍ଡ ନମ୍ବର 7 ର ରାହୁଲ ସାହା,ଦାନଗୋହିର ଗ୍ରାମର ଅସଲାମ ଖାନ, ସାତଶଂଖ ସୁବଳପୁର କଲୋନୀ ର ଜଗନାଥ ପୁଷ୍ପାଳକ, ଭବାନୀପୁର ର ଆୟୁବ ଖାନ, ନରସିଂହପୁର ର ଉମରାନ ସାହା, ଭବାନୀପୁର ୱାର୍ଡ ନମ୍ବର 8ର ଅସିଫ ଖାନ,ଅସ୍ତରଙ୍ଗ ଥାନା ଅଶାନ ଗ୍ରାମର ପ୍ରଦୀପ୍ତ ଖୁଣ୍ଟିଆ,ବାଲିପାଟଣା ଥାନା ନହରକଣ୍ଟା ଗ୍ରାମର ଶୁଭ୍ରଜିତ ପରିଡା, ବଳଙ୍ଗା ଥାନା ନୂଆପଡା ଗ୍ରାମର ଦିଲୁ ଆଲିଆସ ରଶ୍ମିରଂଜନ ସାମନ୍ତରାୟ. ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପିପିଲି ପୋଲିସ ଜଣକୁ, ବଳଙ୍ଗା ପୋଲିସ ଛଅ ଜଣଙ୍କୁ,ଅସ୍ତରଙ୍ଗ ଜଣଙ୍କୁ, କୋଣାର୍କ ପୋଲିସ ତିନିଜଣ ଙ୍କୁ କୋର୍ଟ ଚାଲାଣ କରିଛନ୍ତି. ଏହି ଘଟଣା ସହିତ ସମ୍ପୃକ୍ତ ତିନି ଅଭିଯୁକ୍ତ ଙ୍କୁ ଭୁବନେଶ୍ୱର କମିଶନରଟେ ପୋଲିସ ଗିରଫ କରିଛନ୍ତି. ଅଭିଯୁକ୍ତ ଙ୍କ ନାମରେ ଅନେକ ମାମଲା ବିଭିନ୍ନ ଥାନାରେ ରହିଛି.ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି.

Leave A Reply