ପିପିଲି- ପିପିଲି ବ୍ଲକ ଅନ୍ତର୍ଗତ ତେଇଶିପୁର ଗ୍ରାମପଞ୍ଚାୟତ ପକ୍ଷରୁ ପୋଡଙ୍ଗ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଏକ ସଚେତନତା ସମାବେଶ ଶିବିର ଅନୁଷ୍ଠିତ ହୋଇଛି ।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସେନାପତିଙ୍କ ପୌରୋହିତ୍ୟରେ ଏକ ସଭା ଆୟୋଜିତ ହୋଇଥିଲା । ଜିଲ୍ଲାପରିଷଦ ଧରଣୀଧର ସାହୁ ସଭାପରିଚାଳନା କରିବା ସହ ରାଜ୍ଯ ସରକାରଙ୍କ ସମସ୍ତ ଜନହିତକର ଯୋଜନା ସମ୍ପର୍କ ରେ ଆଲୋକପାତ କରିଥିଲେ ।ଏହି ସଚେତନତା ଶିବିରରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ,ସଂସ୍କୃତି,ଗମନାଗମନ,ପରି ବହନ କ୍ଷେତ୍ରରେ ବିକାଶ ହେବା ସହିତ ମିଶନଶକ୍ତି ଜରିଆରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଥିବା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ ସ୍ୱାଇଁ, ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଜିଲ୍ଲା ସଭାପତି କିଶୋର ଛୋଟରାୟ,ସାଂସଦ ପ୍ରତିନିଧି ନାରାୟଣ ସ୍ବାଇଁ,ବିଧାୟକ ଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ,ଆତ୍ମା କମିଟି ସଭାପତି ପ୍ରକାଶ ଧଳ,ପୁର୍ବତନ ଯୁବ ବିଜେଡି ସଭାପତି ମନୋଜ ଦାଶ,ଦୃର୍ଗାଦାଶପୁର ସମବାୟ ବ୍ୟାଙ୍କ ସଭାପତି ବିଶ୍ବଜିତ ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ଯ ସରକାରଙ୍କ ମଧୁସୂଦନ ଭତ୍ତା ନୁତନ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି।ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ କାଳନ୍ଦୀ ଚରଣ ଭୋଇ ଓ ଗ୍ରାମ୍ଯ ରୋଜଗାର ସେବକ ଆଶ୍ରିତ କୁମାର ଦିକ୍ଷିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସମାବେଶ ରେ ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।ଶେଷରେ ବିଶ୍ବଜିତ ଦାଶ ଧନ୍ୟବାଦ ଦେଇଥିଲେ।