Odisha news

ବିଲଡ଼ର ପୋତିଥିବା ରାସ୍ତା ହାଣି ଚାଷୀ ବିଲକୁ ପାଣି ନେଲେ

0

ଫୁଲନଖରା : ପ୍ରତାପନଗରୀ ଜଳସମ୍ପଦ ବିଭାଗ ଅଧିନ ହରିଅନ୍ତା ଡିଷ୍ଟ୍ରିବୁ୍ୟଟାରୀରୁ ବାହାରିଥିବା ଅରଡ଼ିଆପଦା ମାଇନର ଉପରେ ନିର୍ଭରଶୀଳ ୩୦ରୁ ଊଦ୍ଧ୍ୱର୍ ଚାଷୀ ପାଣି ଅଭାବରୁ ଚାଷ କାର୍ଯ୍ୟ କରିପାରୁନାହାନ୍ତି । ତେବେ ଉକ୍ତ କେନାଲରେ ସ୍ୱଳ୍ପ ପାଣି ଛଡ଼ାଯାଇଥିଲେ ମଧ୍ୟ ଅରଡ଼ିଆପଦା ଏକୁରା ଗହିରରେ ତାହା ପହଞ୍ଚିପାରୁନାହିଁ । ଜନୈକ ବିଲଡ଼ର ପାଣି ଯାଉଥିବା ରାସ୍ତାକୁ ପୋତିଦେଇଥିବାରୁ ଏପରି ସମସ୍ୟା ଦେଖାଦେଇଛି । ଶେଷରେ ଚାଷୀମାନେ ବାଧ୍ୟ ହୋଇ ଉକ୍ତ ରାସ୍ତାକୁ କାଟିବା ସହିତ କାଡ଼ା ନାଳୀ ପର୍ଯ୍ୟନ୍ତ ଖୋଳି ନିଜ ବିଲକୁ ପାଣି ନେଉଥିବା ଦେଖାଯାଇଛି ।

ପ୍ରତାପନଗରୀ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଅରଡ଼ିଆପଦା-ଅନନ୍ତପୁର ରାସ୍ତା ପାଶ୍ୱର୍ରେ ଥିବା କାଡ଼ା ନାଳୀକୁ ମଜଭୁତ କରିବା ସହିତ ସେଥିରେ ନିରନ୍ତର ଜଳ ପ୍ରବାହକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ୩ନମ୍ବର ପାଣି ପଞ୍ଚାୟତ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ବ୍ରଜବନ୍ଧୁ ବେଉରା, ସମ୍ପାଦକ ଲଳିତକୁମାର ଦାଶ, ସଭ୍ୟ ସୁରେଶଚନ୍ଦ୍ର ବେଉରା, କୃଷ୍ଣଚନ୍ଦ୍ର ପାତ୍ର, ନିରୁପମା ବେଉରା, ଉପେନ୍ଦ୍ର ବେଉରା, ଦିଲୀପ ବେଉରା, ପ୍ରଭାସଚନ୍ଦ୍ର ବେଉରା, କାଦମ୍ବିନୀ ଦାଶ, ସୁବାସଚନ୍ଦ୍ର ବେଉରା, କୃଷ୍ଣଚନ୍ଦ୍ର ପାତ୍ର, ସୁକାନ୍ତ ବେଉରା, ରଣଜିତ ବେଉରା, ବ୍ରଜବନ୍ଧୁ ବାରିକ, ପ୍ରତୁ୍ୟଷ ବେଉରା, ରାଜଲକ୍ଷ୍ମୀ ଦାଶ, ପ୍ରକାଶଚନ୍ଦ୍ର ପରିଡ଼ା ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି; ଏହା ହେଲେ ୪୨ ଏକର ପରିମିତ ‘ଏକୁରା’ ଗହିରରେ କେନାଲ ପାଣି ସହଜରେ ପହଞ୍ଚିବା ସହିତ ଖରିଫ ଚାଷ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ।

 

Leave A Reply