କନ୍ଧମାଳରେ ଆଜି ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ : ଜିଲାରେ ମୋଟ ୪୭୭, ସୁସ୍ଥ ହୋଇଛନ୍ତି ୩୦୯ , ହସପିଟାଲରେ ଚିକିତ୍ସତ ହେଉଛନ୍ତି ୧୬୬
ଫୁଲବାଣୀ (santosh mishra) : କନ୍ଧମାଳ ଜିଲ୍ଲାରେ ଲଗାତାର ଭାବରେ କରୋନା କାୟା ବିସ୍ତାର କରୁଛି । ଆଜି ଜିଲ୍ଲାରେ ପୁଣି ୧୪ ଜଣ ନୁଆଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀର ଜଣେ ରହିଥିବାବେଳେ ଘୁ.ଉଦୟଗିରିର ୩ଜଣ,ଟିକାବାଲି ଅଂଚଳର ୩ଜଣ,ତୁମୁଡିବନ୍ଧର ଜଣେ,ରାଇକିଆର ଜଣେ,ବାଲିଗୁଡାର ୪ଜଣ ଏବଂ ଚକାପାଦ ଅଂଚଳର ଜଣେ ରହିଥିବା ଜଣାପଡିଛି ।
ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୭ ରେ ପହଂଚିଛି । ସେଥିରୁ ଗତକାଲି ସୁସ୍ଥ ହୋଇଥିବା ୨୯ ଜଣ ଓ ଆଜି ସୁସ୍ଥ ହୋଇଥିବା ୧୯ ଜଣଙ୍କୁ ମିଶାଇ ମୋଟ ୩୦୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜିଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨ରେ ରହିଥିବାବେଳେ କୋଭିଡ ହସପିଟାଲରେ ୧୬୬ ସଂକ୍ରମିତ ମାନେ ଚିକିତ୍ସତ ହେଉଥିବା ଜଣାପଡଛି ।
ତେବେ ଜିଲାରେ ଫୁଲବାଣୀ ଓ ବାଲିଗୁଡା ସମେତ ଅନ୍ୟ କିଛି ସଂକ୍ରମିତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯିବା ସହିତ ଏହାର ଆଖପାଖ ଅଂଚଳକୁ ବଫର ଜୋନ ଭାବରେ ଏବଂ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିଲାର ଅବଶିଷ୍ଟ ଅଂଚଳରେ ଲକଡାଉନ ଘୋଷଣା କରାଯାଇଛି । ଜିଲା ମୁଖ୍ୟାଳୟରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ କୌଣସି ବ୍ୟକ୍ତିକୁ ଆସିବାକୁ ଜିଲା ପ୍ରଶାସନତ ତରଫରୁ ବାରଣ କରାଯିବା ସହିତ ଅତ୍ୟନ୍ତ ଜରୁରୀ କାଳୀନ ପରିସ୍ଥିତିରେ ଅଥବା କରୋନା ସଂକ୍ରମଣା ଆଶଙ୍କା କିମ୍ବା ଲକ୍ଷଣ ଦେଖାଗଲେ ଯୋଗାଯୋଗ କରିବାକୁ ହେଲ୍ପଲାଇନ ନମ୍ବର ଜାରୀ କରିଛି ପ୍ରଶାସନ ।