Odisha news

ଅଗ୍ରଣୀ ସାମାଜିକ ସଂଗଠନ ‘ହିନ୍ଦୁସ୍ତାନ ହେଲପିଙ୍ଗ ହ୍ୟାଣ୍ଡ’ ତରଫରୁ ଜାତୀୟ ବନ ମହୋତ୍ସବ ପକ୍ଷ ପାଳନ

0

ଫୁଲନଖରା : ଅଗ୍ରଣୀ ସାମାଜିକ ସଂଗଠନ ‘ହିନ୍ଦୁସ୍ତାନ ହେଲପିଙ୍ଗ ହ୍ୟାଣ୍ଡ’ ତରଫରୁ ଜାତୀୟ ବନ ମହୋତ୍ସବ ପକ୍ଷ ପାଳନ ହୋଇଛି । ଏହି ଉପଲକ୍ଷେ ସଦର ବ୍ଲକ ଉରାଳି ପଞ୍ଚାୟତ ଅନ୍ତର୍ଗତ ଖଣ୍ଡାଏତାଠାରେ ସିଢ଼ୁଆ ନଦୀ ପଠା ଏବଂ କାକଟପୁର ଶାଖା କେନାଲ ମଧ୍ୟବର୍ତ୍ତୀ ଅଞ୍ଚଳରେ ବୃକ୍ଷ ରୋପଣ ହୋଇଥିଲା ।

ସଦର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଡଃ. ଶରତକୁମାର ରଥ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲାବେଳେ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଏବଂ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ପରିଡ଼ା ଅତିଥିଭାବେ ଯୋଗଦେଇ ଯୁବକମାନଙ୍କର ଏପରି ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ କିସମର ୪ଶହରୁ ଉଦ୍ଧ୍ୱର୍ ସଂଖ୍ୟକ ଫଳ ଗଛ ଲଗାଯାଇଥିଲା ।

ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା ପୂର୍ବକ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ବାସୁଦେବ ପାତ୍ର, ସଭାପତି ମାନସରଞ୍ଜନ ନାୟକ, ଉପଦେଷ୍ଟା ଜୟପ୍ରକାଶ ଦଣ୍ଡପାଟ, ସମ୍ପାଦକ ଅଟଳକୁମାର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ସଂଗଠନର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply