Odisha news

ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଚୀନ ବିରୋଧରେ ନାରାବାଜି ପୋଡିଲେ ଚୀନ ସାମଗ୍ରୀ

0

ଫୁଲବାଣୀ : ଫୁଲବାଣୀ ଓକିଲ ସଂଘ ତରଫରୁ ଭାରତ ଚୀନ ସୀମାରେ ଥିବା ଗଲବାନ ଘାଟିରେ ଗତ ୧୫ ତାରିଖରେ ହୋଇଥିବା ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଷରେ ସହୀଦ ହୋଇଥିବା ଜବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହାସହିତ ସେଠାରେ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କ କୁଶପୁତଳିକା ଦାହ କରି ସେଠାରେ ଚୀନ ସାମଗ୍ରୀ ଗୁଡିକୁ ପୋଡାଯାଇଥିଲା ।

ଫୁଲବାଣୀ କୋର୍ଟଛକ ଠାରେ ଓକିଲ ସଂଘ ପକ୍ଷରୁ ଗଲବାନଠାରେ ସହୀଦ ହୋଇଥିବା ଭାରତର ୨୦ ଜଣ ଜବାନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ସହୀଦ ଆତ୍ମାର ସଦଗତି କାମନା କରି ଦୀପ ପ୍ରଜ୍ୱଳନ କରାଯାଇଥିଲା ।

ଏଥିରେ ଫୁଲବାଣୀ ଓକିଲ ସଂଘର ସଭାପତି ଚନ୍ଦ୍ରଶେଖର ମିଶ୍ର,ସମ୍ପାଦକ ରମେଶ ମହାନ୍ତି, ବିଜୟ ମାହନ୍ତି, ବିଜୟକୃଷ୍ଣ ପଟ୍ଟନାୟ,ମନୋଜ କୁମାର ପଟ୍ଟନାୟକ,ରଞ୍ଜନ ଦାସ,ଅଜୟ ସିଂ,ଅସୀମ ତ୍ରିପାଠୀ,ଶିବପ୍ରସାଦ ତ୍ରିପାଠୀ,ସୁରଶେ କୁମାର ମହାପାତ୍ର,ଆଦିତ୍ୟ ପ୍ରସାଦ ତ୍ରପାଠୀ,ଭଗବାନ ମହାନ୍ତି,ଅଜିତ ପଟ୍ଟନାୟକଙ୍କ ସମେତ ସମସ୍ତ ଓକିଲ ସଂଘର ସଦସ୍ୟ ଓ କର୍ମକର୍ତା ମାନେ ଯୋଗ ଦେଇ ସଷିଦ ଜବାନ ଅମର ରହେ ଧ୍ୱନି ଦେବା ସହିତ ଚୀନ ରାଷ୍ଟ୍ରପତିଙ୍କ କୁଶପୁତଳିକା ସହିତ ଚୀନ ତିଆରି ସାମଗ୍ରୀ ପୋଡିବାସହିତ ଏହି ସାମଗ୍ରୀ ଗୁଡିକ ବର୍ଜନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିଲା ।

 

 

Leave A Reply