ଭଦ୍ରକ : ପୁଣି ୫ କରୋନା ପଜେଟିଭ୍ ଚିିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ , ଜିଲ୍ଲା ହସ୍ପିଟାଲ ୪ର୍ଥ ଶ୍ରେଣୀ କର୍ମଚାରୀ କରୋନା ଆକ୍ରାନ୍ତ
ଭଦ୍ରକ :ଭଦ୍ରକରେ ଆଜି ପୁଣି ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ରା ୧୮୬ରେ ପହଞ୍ଚିଛି । ଚିିହ୍ନଟ ସମସ୍ତ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରେ ଅଛନ୍ତି । ଅନ୍ୟପକ୍ଷରେ ୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଜିଲ୍ଲାରେ ସମୁଦାୟ ୭୮୮୮ଜଣଙ୍କର ସ୍ୱାବ ପରୀକ୍ଷା ହୋଇଛି । ଏମାନଙ୍କ ମଧ୍ୟରୁ ୧୮୬ଜଣ ପଜେଟିଭ୍ ଥିବା ବେଳେ ୧୬୮ଜଣ ସୁସ୍ଥ ହୋଇଛନ୍ତି । ୧୮ଟି ଆକଫିଭ୍ କେଶ ରହିଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭଦ୍ରକ ବ୍ଲକର ଓଲଙ୍ଗ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଥିବା ବେଳେ ଆଉ ୪ଜଣ ଚାନ୍ଦବାଲି ବ୍ଲକର ଦୋସିଙ୍ଗା ପଞ୍ଚାୟତର ଜେଜେ ରିସୋର୍ଟ ଟିଏମ୍ସିରେ ଅଛନ୍ତି । ସମସ୍ତ ୫ ଆକ୍ରାନ୍ତ ରାଜ୍ୟ ବାହାର ଫେରନ୍ତା । ଜଣେ ଆନ୍ଧ୍ରପ୍ରଦେଶ ର, ଜଣେ ଝାଡଖଣ୍ଡ, ଜଣେ ନୂଆଦିଲ୍ଲୀ ଓ ୨ଜଣ ତାମିଲନାଡୁ ଫେରିଥିବା ଟ୍ରାଭେଲ ହିଷ୍ଟ୍ରିରୁ ଜଣାଯାଇଛି । ତେବେ ସବୁଠାରୁ ଉଦବେଗଜନକ କଥା ହେଲା : ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିସିାଳୟ ଷ୍ଟୋରରେ କାର୍ଯ୍ୟରତ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ ।
ଏହି ୪ର୍ଥ ଶ୍ରେଣୀ କର୍ମଚାରୀ ଜଣଙ୍କର କୌଣସି କରୋନା ଲକ୍ଷ୍ୟଣ ନଥିଲା ବେଳେ ତାଙ୍କ ସ୍ୱାବ ଟେଷ୍ଟରୁ ପଜେଟିଭ୍ ବାହାରିଛି । ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ରଜ ଛୁଟିରେ ୩ଦିନ ଗାଁକୁ ଯାଇଥିଲେ ଓ ଗାଁରୁ ଫେରି ସେ ତାଙ୍କ ନିଜ ଆଡୁ ନିଜର ସ୍ୱାବ ପରୀକ୍ଷା ଗତ ୧୭ ତାରିଖରେ କରାଇଥିଲେ । ସ୍ୱାବ୍ ପରୀକ୍ଷା ରିପୋର୍ଟରୁ ତାଙ୍କର ପଜେଟିଭ୍ ଥିବା ଆଜି ଜଣାପଡିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଭଦ୍ରକ ସହରାଞ୍ଚଳ ତଥା ଜିଲ୍ଳା ହସ୍ପିଟାଲରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ଚାନ୍ଦବାଲି ବ୍ଲକର ଦୋସିଙ୍ଗା ପଞ୍ଚାୟତର ଜେଜେ ରିସର୍ଟ ଟିଏମ୍ସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ କନଟ୍ରାକ୍ ଟ୍ରେସିଂ ଜାରି ରହିଛି । ଆଜି ଭଦ୍ରକ, ଧାମନଗର, ବନ୍ତ ବ୍ଲକର ୪ଟି ବ୍ଲକରୁ କଣ୍ଟେନମେଣ୍ଟ କଟକଣାକୁ ପ୍ରଶାସନ ଆଜି ପ୍ରତ୍ୟାହାର କରିଛି । ଗତ ୫.୬.୨୦ତାରିଖରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏହି ଜୋନ୍ ଗୁଡିକ ହେଲା : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତର ବନ୍ତ କଲେଜ, ଧାମନଗର ବ୍ଲକର ଗଢିଆଳି ପଞ୍ଚାୟତର ଝାଡେଶ୍ୱର ହାଇସ୍କୁଲ ଓ ଝାଡେଶ୍ୱର ଗ୍ରାମ, ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତର ବିଜେ ହାଇସ୍କୁଲ ।